କାହିଁକି ମହାନଦୀକୁ ଡେଇଁଲେ ଯୁବତୀ, ଉଦ୍ଧାର ପରେ କଟକ ଏସସିବିକୁ କରାଗଲା ସ୍ଥାନାନ୍ତର

ଯୁବତୀ ଜଣଙ୍କୁ ସେ ପ୍ରଖର ସ୍ରୋତରୁ କଡ଼କୁ ନେଇ ଆସିଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ କେନ୍ଦ୍ରକୁ ଖବର ଦେଇଥିଲେ। ଵକ୍ସିବଜାର ଓ ଚାଉଳିଆଗଞ୍ଜ ଅଗ୍ନିଶମ କେନ୍ଦ୍ରର ଦୁଇଟି ଗାଡି ଘଟଣା ସ୍ଥଳରେ ପହଁଚିଥିଲା

କଟକ(କେନ୍ୟୁଜ୍): ମହାନଦୀକୁ ପୁଣି ଡେଇଁଲେ ଯୁବତୀ। ଯୋବ୍ରା ବ୍ୟାରେଜ ନିକଟରେ ଚୌଦ୍ୱାର ଅଞ୍ଚଳର ଏହି ଯୁବତୀ ଜଣଙ୍କ ମହାନଦୀକୁ ଡେଇଁ କାହିଁକି ଆତ୍ମହତ୍ୟା ଉଦ୍ୟମ କରିଥିଲେ ତାହା ସ୍ପଷ୍ଟ ହୋଇ ନାହିଁ। ଦିନ ଗୋଟାଏ ବେଳେ ଯୁବତୀ ଜଣଙ୍କ ହଠାତ ବ୍ୟାରେଜ ଉପରକୁ ଆସି ନଦୀ ଭିତରକୁ ଡେଇଁ ପଡିଥିଲେ।

ନଦୀକୁ ଲାଗି ଥିବା ଯୋବ୍ରା ପାର୍କରେ ଥିବା କର୍ମଚାରୀ ବାବୁଲି ବେହେରା ଏହା ଦେଖି ତୁରନ୍ତ ସେ ମଧ୍ୟ ନଦୀ ଭିତରକୁ ଡେଇଁ ପଡିଥିଲେ। ବୁଡି ଯାଇଥିବା ଯୁବତୀ ଜଣଙ୍କୁ ସେ ପ୍ରଖର ସ୍ରୋତରୁ କଡ଼କୁ ନେଇ ଆସିଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ କେନ୍ଦ୍ରକୁ ଖବର ଦେଇଥିଲେ। ଵକ୍ସିବଜାର ଓ ଚାଉଳିଆଗଞ୍ଜ ଅଗ୍ନିଶମ କେନ୍ଦ୍ରର ଦୁଇଟି ଗାଡି ଘଟଣା ସ୍ଥଳରେ ପହଁଚିଥିଲା। ତୁରନ୍ତ ଲ୍ୟାଡ଼ର ଲଗାଇ ପାର୍କ କର୍ମଚାରୀ ବାବୁଲି ବେହେରା ଓ ଯୁବତୀ ଜଣଙ୍କୁ ଉପରକୁ ନେଇ ଆସିଥିଲେ ଅଗ୍ନିଶମ କର୍ମଚାରୀ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.