କ୍ଲାସ୍‌ରୁମ୍‌ରେ ପାଠପଢ଼ା ବେଳେ ୮ମ ଶ୍ରେଣୀ ଛାତ୍ରୀଙ୍କୁ ଆସିଲା ହାର୍ଟ ଆଟାକ୍‌, କ୍ଷଣିକ ମଧ୍ୟରେ ଚାଲିଗଲା ଜୀବନ

ଗୁଜରାଟର ସୁରଟରୁ ଅତ୍ୟନ୍ତ ଦୁଃଖଦାୟକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଗୋଡାଦରାରେ ଏକ ଘରୋଇ ସ୍କୁଲର ୮ମ ଶ୍ରେଣୀ ଛାତ୍ରୀଙ୍କ ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ୧୨ ବର୍ଷୀୟା ଛାତ୍ରୀ ଜଣକ ଶ୍ରେଣୀଗୃହରେ ପାଠପଢ଼ା ସମୟରେ ହିଁ ହଠାତ୍‌ ବେହୋସ୍‌ ହୋଇ ତଳେ ପଡ଼ିଯାଇଥିଲେ।

ଗୁଜରାଟର ସୁରଟରୁ ଅତ୍ୟନ୍ତ ଦୁଃଖଦାୟକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଗୋଡାଦରାରେ ଏକ ଘରୋଇ ସ୍କୁଲର ୮ମ ଶ୍ରେଣୀ ଛାତ୍ରୀଙ୍କ ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ୧୨ ବର୍ଷୀୟା ଛାତ୍ରୀ ଜଣକ ଶ୍ରେଣୀଗୃହରେ ପାଠପଢ଼ା ସମୟରେ ହିଁ ହଠାତ୍‌ ବେହୋସ୍‌ ହୋଇ ତଳେ ପଡ଼ିଯାଇଥିଲେ।

ଏହି ସମୟରେ ଶ୍ରେଣୀରେ ଉପସ୍ଥିତ ଶିକ୍ଷକ ଏ ନେଇ ସ୍କୁଲର ପ୍ରିନ୍ସିପାଲ୍‌ଙ୍କୁ ଜଣାଇଥିଲେ। ଏହାପରେ ଛାତ୍ରୀଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ହେଲେ ସେଠାରେ ଚିକିତ୍ସା ମିଳିବା ପୂର୍ବରୁ ହିଁ ଛାତ୍ରୀ ଆଖି ବୁଜିଦେଇଥିଲେ। ଛାତ୍ରୀଙ୍କୁ ହୃଦ୍‌ଘାତ ଆସିବାର ପୂରା ଘଟଣା ଶ୍ରେଣୀଗୃହରେ ଲାଗିଥିବା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି।

ସେପଟେ ଝିଅର ମୃତ୍ୟୁରେ ପୂରା ପରିବାର ଦୁଃଖରେ ଭାଙ୍ଗି ପଡ଼ିଥିବା ବେଳେ ସ୍କୁଲରେ ମଧ୍ୟ ଶୋକର ଛାୟା ଖେଳିଯାଇଛି। ପୋଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସୁରଟର ଗୋଡାଦରା ଅଞ୍ଚଳର ଶାଢି ବ୍ୟବସାୟୀ ମୁକେଶ ଭାଇ ମେଓ୍ଵାଡାଙ୍କ ୧୨ ବର୍ଷୀୟା ଝିଅ ରିଦ୍ଧି ବିଦ୍ୟାଳୟରେ ୮ମ ଶ୍ରେଣୀର ଛାତ୍ରୀ ଥିଲେ। ବୁଧବାର କ୍ଲାସ୍‌ ଚାଲିଥିବା ବେଳେ ହଠାତ୍‌ ସେ ବେହୋସ୍‌ ହୋଇଯାଇଥିଲେ। ଆଖି ସାମ୍ନାରେ ଏପରି ଦୃଶ୍ୟ ଦେଖି ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ। ରିଦ୍ଧିଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନିଆଯାଇଥିଲା, ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସେହିପରି ଗତକାଲି ଗର୍‌ବା ଖେଳିବା ସମୟରେ ୧୯ ବର୍ଷୀୟ ଜଣେ ଇଞ୍ଜିନିୟରିଂ ପ୍ରଥମ ବର୍ଷ ଛାତ୍ରଙ୍କ ହୃଦଘାତରେ ମୃତ୍ୟୁ ଘଟିଛି। ତାଙ୍କ ନାମ ଭିନିତ୍‌ କୁଁଆରିୟା। ଭିନିତ୍‌ ପଟେଲ ପାର୍କ ଅଞ୍ଚଳରେ ନବରାତ୍ରି କାର୍ଯ୍ୟକ୍ରମ ପାଇଁ ଅଭ୍ୟାସ କରୁଥିବା ବେଳେ ହଠାତ୍ ବେହୋସ୍‌ ହୋଇପଡ଼ିଥିଲେ। ପ୍ରଥମେ ତାଙ୍କୁ ଏକ ଘରୋଇ ଡାକ୍ତରଖାନା ନିଆଯାଇଥିଲା, ସେଠାରୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା, ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.