ଲଘୁଚାପ ପ୍ରଭାବରେ ଗଜପତି ଜିଲ୍ଲାରେ ଗତକାଲିଠୁ ଲଗାଣ ବର୍ଷା: ଭୂଷ୍ଖଳନ ଓ ବନ୍ୟା ସମ୍ଭାବିତ ଅଞ୍ଚଳରୁ ୫୦୦ ଲୋକ ସ୍ଥାନାନ୍ତର

ଗଜପତି: ଲଘୁଚାପ ପ୍ରଭାବରେ ଗଜପତି ଜିଲ୍ଲାରେ ଗତକାଲିଠୁ ଲଗାଣ ବର୍ଷା ଲାଗି ରହିଛି। ପ୍ରବଳରୁ ଅତିପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।

ଭୂଷ୍ଖଳନ ଓ ବନ୍ୟା ସମ୍ଭାବିତ ଅଞ୍ଚଳରୁ ୫୦୦ ଲୋକଙ୍କୁ ସ୍ଥାନାନ୍ତର କରିଛି ଜିଲ୍ଲା ପ୍ରଶାସନ। ୧୨ଟି ଗାଁ ଓ ୪ ବ୍ଲକର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରତି କରାଯାଇଛି। ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପରେ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ବ୍ୟବସ୍ଥା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.