Below header

ପୁଣି ପ୍ରଚଣ୍ଡ ଶବ୍ଦରେ ଥରିଲା ୪ ଜିଲ୍ଲା, କାରଣ ଜଣା ପିଡିନି

ପୁଣି ପ୍ରଚଣ୍ଡ ଶବ୍ଦ, ପୁଣି ଭୟ । ଥରିଲା ୪ ଜିଲ୍ଲା। ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ଆନନ୍ଦପୁର ଓ ସୁନ୍ଦରଗଡ଼ରେ ଶୁଣାଗଲା ପ୍ରଚଣ୍ଡ ଶବ୍ଦ। ବାଲେଶ୍ୱର କଚେରୀ ଛକ ନିକଟ ଅଞ୍ଚଳରେ ଆଜି ଦିନ ୧୧ଟା ୩୪ ସମୟରେ ଶୁଣାଯାଇଥିଲା ପ୍ରଚଣ୍ଡ ଶବ୍ଦ। କଣ ହେଲା କେହି କିଛି ବୁଝି ପାରି ନଥିଲେ । ଭୟରେ ଘରୁ ବାହାରକୁ ବାହାରି ଆସିଥିଲେ ଲୋକ । ହଠାତ୍‌ କିଛି ସମୟ ପାଇଁ କାନ ଫଟା ଶବ୍ଦ ଶୁଣିବାକୁ ମିଳିଥିଲା ।

ବାଲେଶ୍ୱର(କେନ୍ୟୁଜ୍):  ପୁଣି ପ୍ରଚଣ୍ଡ ଶବ୍ଦ, ପୁଣି ଭୟ । ଥରିଲା ୪ ଜିଲ୍ଲା। ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ଆନନ୍ଦପୁର ଓ ସୁନ୍ଦରଗଡ଼ରେ ଶୁଣାଗଲା ପ୍ରଚଣ୍ଡ ଶବ୍ଦ। ବାଲେଶ୍ୱର କଚେରୀ ଛକ ନିକଟ ଅଞ୍ଚଳରେ ଆଜି ଦିନ ୧୧ଟା ୩୪ ସମୟରେ ଶୁଣାଯାଇଥିଲା ପ୍ରଚଣ୍ଡ ଶବ୍ଦ। କଣ ହେଲା କେହି କିଛି ବୁଝି ପାରି ନଥିଲେ । ଭୟରେ ଘରୁ ବାହାରକୁ ବାହାରି ଆସିଥିଲେ ଲୋକ । ହଠାତ୍‌ କିଛି ସମୟ ପାଇଁ କାନ ଫଟା ଶବ୍ଦ ଶୁଣିବାକୁ ମିଳିଥିଲା ।

ତେବେ କେଉଁ କାରଣରୁ ଏତେ ଜୋରରେ ଶବ୍ଦ ହେଲା କାରଣ ଜଣା ପିଡିନି । କେବଳ ବାଲେଶ୍ୱର ନୁହେଁ ଭଦ୍ରକ, କେନ୍ଦୁଝର, ଆନନ୍ଦପୁର ଓ ସୁନ୍ଦରଗଡ଼ ବଣାଇରେ ମଧ୍ୟ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ଗତ ନଭେମ୍ବର ୨୩ ତାରିଖରେ ମଧ୍ୟ ଭଦ୍ରକ, ଯାଜପୁର ଓ କେନ୍ଦୁଝର ଜିଲ୍ଲାରେ ଏଭଳି ଶବ୍ଦ ଶୁଣାଯାଇ ଆତଙ୍କ ସୃଷ୍ଟି କରିଥିଲା। ସେହିପରି ଫେବୃୟାରୀ ୨୭ରେ ବାଲେଶ୍ୱର ଓ ବାରିପଦାରେ ମଧ୍ୟ ପ୍ରଚଣ୍ଡ ଶଦ୍ଦ ଶୁଣାଯାଇଥିଲା। ତେବେ ହତାଠ୍‌ ପ୍ରଚଣ୍ଡ ଶବ୍ଦ କେଉଁଆଡୁ ଆସୁଛି କାରଣ ଜଣାପଡୁନି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.