ଦିଲ୍ଲୀରୁ ଦୋହାକୁ ଉଡାଣ ଭରିଥିଲା ଇଣ୍ଡିଗୋ ବିମାନ, ମେଡିକାଲ ଏମରଜେନ୍ସୀ ଯୋଗୁଁ କରାଚିରେ କଲା ଲ୍ୟାଣ୍ଡିଂ; ଜଣେ ଯାତ୍ରୀ ମୃତ

ଦିଲ୍ଲୀରୁ କତାରର ଦୋହାକୁ ଉଡାଣ ଭରିଥିବା ଇଣ୍ଡିଗୋ ବିମାନ କରାଚିରେ କଲା ଜରୁରୀ ଅବତରଣ । ମେଡିକାଲ ଏମରଜେନ୍ସୀ ଯୋଗୁଁ ଲ୍ୟାଣ୍ଡିଂ ପାଇଁ ଅନୁମତି ଦେଲା ପାକିସ୍ତାନ । ବିମାନ ଲ୍ୟାଣ୍ଡିଂ ପରେ ଯାତ୍ରୀ ମୃତ୍ୟୁବରଣ କରିଥିବା ସୂଚନା ।

ଦିଲ୍ଲୀରୁ ଦୋହା ଉଡାଣ ଭରିଥିବା ଇଣ୍ଡିଗୋ ବିମାନ ପାକିସ୍ତାନର କରାଚିରେ କଲା ଜରୁରୀ ଅବତରଣ । ବିମାନଟି ଉଡାଣ ଭରି ଯାଉଥିବା ଯିବା ବାଟରେ ବିମାନ ଭିତରେ ହିଁ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ତେଣୁ ଦୋହାରେ ପହଞ୍ଚିବା ପୂର୍ବରୁ ବିମାନକୁ ଜରୁରୀ ଅବତରଣ କରାଯାଇଛି ।

ଖବର ମୁତାବକ, ଇଣ୍ଡିଗୋ ୬ଇ-୧୭୩୬ ଫ୍ଲାଇଟ ଦିଲ୍ଲୀରୁ ରବିବାର ରାତି ୧୦.୦୫ରେ କତାରର ଦୋହା ଅଭିମୁଖେ ଉଡାଣ ଭରିଥିଲା। କିନ୍ତୁ ହଠାତ୍ ନାଇଜେରିଆର ଜଣେ ଯୁବକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ଚିକିତ୍ସା ପାଇଁ ଜରୁରୀ ଅବତରଣ କରାଯାଇଥିଲା । ମେଡିକାଲ ଇମରଜେନ୍ସି କାରଣ ଦର୍ଶାଇ ବିମାନଟି ରୁଟ ପରିବର୍ତ୍ତନ କରିବା ସହ କରା ଚିରେ ଅବତରଣ କରିଥିଲା । କିନ୍ତୁ ଅବତରଣ ପରେ ଏୟାରପୋର୍ଟର ମେଡିକାଲ ଟିମ୍ ଯାତ୍ରୀଙ୍କୁ ମୃତ ଘୋଷଣା କରିଛନ୍ତି ।

ମେଡିକାଲ ଇମରଜେନ୍ସି କାରଣରୁ ଏୟାର ଟ୍ରାଫିକ କଣ୍ଟ୍ରୋଲର ପକ୍ଷରୁ ପାଇଲଟଙ୍କୁ ଜରୁରୀ ଅବତରଣ କରିବା ପାଇଁ ଅନୁମତି ମିଳିଥିଲା । କିନ୍ତୁ ଯାତ୍ରୀଙ୍କ ମୃତ୍ୟୁ ପରେ ବର୍ତ୍ତମାନ ଅନ୍ୟ ଯାତ୍ରୀମାନଙ୍କୁ ଟାନ୍ସଫର କରିବା ପାଇଁ ବ୍ୟବସ୍ଥା କରାଯାଉଛି । ପାକିସ୍ତାନ ନାଗରିକ ଉଡ୍ଡୟନ ପ୍ରାଧିକରଣ(ସିଏଏ) ଏବଂ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସଂସ୍ଥାନ, ଇସଲାମାବାଦ(ଏନଆଇଏଚ)ର ଡାକ୍ତରମାନେ ଯାତ୍ରୀଙ୍କୁ ମୃତ୍ୟୁକୁ ନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.