Below header

ଜାନୁଆରୀରୁ ପୁଣି ଥରେ କଡାକଡି ହେବ ଚେକିଂ, ଦୁଇ ଚକିଆ ଯାନରେ ପଛରେ ବସୁଥିବା ଲୋକ ହେଲେମେଟ ପିନ୍ଧିବା ବାଧ୍ୟତାମୂଳକ

କେନ୍ୟୁଜ୍(ବ୍ୟୁରୋ):    ଜାନୁଆରୀରୁ ପୁଣି ଥରେ କଡାକଡି ହେବ ଚେକିଂ। ଦୁଇ ଚକିଆ ଯାନରେ ପଛରେ ବସୁଥିବା ଲୋକ ହେଲେମେଟ ପିନ୍ଧିବା ବାଧ୍ୟତାମୂଳକ। ବର୍ତ୍ତମାନ ଚେକିଂ ସହ ଲୋକମାନଙ୍କୁ ସଚେତନ କରାଯାଉଛି ।  ୨୦୧୯ରେ ସଂଶୋଧିତ ମୋଟର ଯାନ ଆଇନ କେନ୍ଦ୍ର ସରକାର ଆଣିଛନ୍ତି ।  କରୋନା ପାଇଁ ଏହାକୁ କୋହଳ କରାଯାଇଥିଲା ।

ମାତ୍ର  ସୁପ୍ରିମକୋର୍ଟଙ୍କ କମିଟି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ଏପରି ନିଷ୍ପତ୍ତି ନିଆଯାଇଛି । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.