ପ୍ରଥମଥର ପାଇଁ ମହାକାଶରେ ହେଲା ମୂଳା ଚାଷ, ନାସା ସେୟାର କଲା ଭିଡିଓ

ବୈଜ୍ଞାନିକମାନେ ପ୍ରଥମ ଥର ମହାକାଶରେ କରିଛନ୍ତି ମୂଳା ଚାଷ । ୨୦୨୧ରେ ଏହାକୁ ପୃଥିବୀ ପୃଷ୍ଠକୁ ଅଣାଯିବ। ନାସାର ମହାକାଶ ଯାତ୍ରୀ ଓ ଫ୍ଲାଇଟ୍ ଇଞ୍ଜିନିୟର କେଟ୍ ରୁବିନ୍ସ ପ୍ରଥମ ଥର ଇଣ୍ଟରନ୍ୟାସାନଲ ସ୍ପେସ୍ ଷ୍ଟେସନରେ ଚାଷ କରାଯାଇଥିବା ମୂଳା ଫସଲକୁ କାଟିଛନ୍ତି। କେଟ୍ ମୂଳାର ୨୦ଟି ଗଛକୁ ପ୍ୟାକ୍ କରି ୨୦୨୧ରେ ପୃଥିବୀକୁ ଆଣିବା ପାଇଁ କୋଲ୍ଡ ଷ୍ଟୋରେଜରେ ରଖିଥିଲେ। ଟ୍ବିଟରରେ ଆଇଏସଏସ ରିସର୍ଚ୍ଚ ଭିଡିଓ ସେୟାର କରି ମୂଳା ଚାଷ କରିବା କାରଣ କହିଛନ୍ତି।

୩୦ ନଭେମ୍ବରରେ ନାସା ବୈଜ୍ଞାନିକ କେଟ୍ , ମୂଳାକୁ କାଟିଥିଲେ । ନାସା ତା’ର ଟୁଇଟରରେ ଏ ବିଷୟରେ ସୂଚନା ଦେଇଛି। ନାସାର ଏହି ଏକ୍ସପେରିମେଣ୍ଟର ନାମ ପ୍ଲାଣ୍ଟ ହୋବିଟେଟ୍-୦୨ ରଖାଯାଇଛି। ମୂଳାକୁ ସ୍ପେସ୍ ଷ୍ଟେସନରେ ଚାଷ କରିବା ପାଇଁ ଏଥିପାଇଁ ଚୟନ କରାଯାଇଥିଲା, କାରଣ ବୈଜ୍ଞାନିକଙ୍କୁ ବିଶ୍ବାସ ଥିଲା ୨୭ ଦିନରେ ଏହି ଫସଲ ସମ୍ପୂର୍ଣ୍ଣ ଭାବରେ ତିଆରି ହୋଇଯିବ। ମୂଳାର ଏହି ଫସଲରେ ପୋଷକତତ୍ତ୍ବ ମଧ୍ୟ ରହିଛି ଓ ଏହା ଖାଇବା ଯୋଗ୍ୟ।

radish

ନାସାର କହିବା ଅନୁସାରେ, ମୂଳା ଚାଷ କରିବାରେ ଖୁବ୍ କମ୍ ଯତ୍ନ ନେବାକୁ ପଡିଥାଏ। ସ୍ପେସର ଯେଉଁ ଚାମ୍ବରରେ ଏହାକୁ ଚାଷ କରାଯାଇଥାଏ, ସେଠାରେ ଲାଲ, ନୀଳ, ସବୁଜ ଓ ହ୍ବାଇଟ ଏଲଇଡି ଲାଇଟ ପକାଯାଇଥାଏ, ଯାହାଫଳରେ ଗଛ ଭଲ ଭାବରେ ବଢିପାରିବ।
ମହାକାଶରେ ଚାଷ କରାଯାଇଥିବା ମୂଳାର ତୁଳନା ଫ୍ଲୋରିଡାର କେନେଡି ସ୍ପେସ୍ ସେଣ୍ଟରରେ ଚାଷ କରାଯାଇଥିବା ମୂଳାରୁ କରାଯିବ।

ମୂଳାର ପ୍ଲାଣ୍ଟ ହ୍ୟାବିଟେଟ୍ ଅଧ୍ୟୟନ ପାଇଁ ବ୍ୟବହାର କରାଯାଇଥାଏ, କାରଣ ଏହା ପୁଷ୍ଟିକର ହେବା ସହିତ ଦ୍ରୁତ ଗତିରେ ବଢ଼ିଥାଏ । ଜେନେଟିକ ଭାବରେ ମହାକାଶରେ ଅଧ୍ୟୟନ କରାଯାଉଥିବା ଗଛ ଆରାବିଡୋପସିସ୍ ସହିତ ସମାନ । ମୂଳାକୁ ଆଡଭାନ୍ସ ପ୍ଳାଣ୍ଟ ହାବିଟେଟରେ ଚାଷ କରାଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.