Below header

ମୋବାଇଲ ପାଇଁ ବାରଣ କରିବାରୁ ଆତ୍ମହତ୍ୟା କଲା ୧୪ ବର୍ଷର ବାଳକ

ଖୋର୍ଦ୍ଧା(କେ ନ୍ୟୁଜ): ମୋବାଇଲକୁ ନା କହିବାରୁ ବାଳକର ଆତ୍ମହତ୍ୟା। ଘଟଣାଟି ଘଟିଛି ବେଗୁନିଆ ଥାନା ଗଡ଼ମାଣିତିର ଗାଁରେ । ସୂଚନା ଅନୁଯାୟୀ ସେହି ଗ୍ରାମର ଅକ୍ଷୟ ସୁବୁଦ୍ଧିଙ୍କ ୧୪ ବର୍ଷର ପୁଅ ଅକ୍ଷୟ ସୁବୁଦ୍ଧି ମୋବାଇଲରେ ଭିଡ଼ିଓ ଦେଖୁଥିଲେ । ଏହି ସମୟରେ ତାଙ୍କ ଘରଲୋକେ ଆସି ଗାଳି କରିବା ସହିତ ହାତରୁ ଫୋନଟିକୁ ଛଡ଼ାଇ ନେଇଥିଲେ ।

ଏହା ସହ ଫୋନ ଧରିବାକୁ ବାରଣ କରିଥିଲେ । ଯାହାକୁ ନେଇ ବାଳକ ଜଣକ ଶୌଚାଳୟରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ବେଗୁନିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.