Below header

୫୦ ଟିକିଆ ହାତୀ ପଲଙ୍କ ଉତ୍ପାତ, ମଞ୍ଚା ବାନ୍ଧି ଦିନ ରାତି ଜଗି ରହୁଛନ୍ତି ଲୋକେ

ସମ୍ବଲପୁର ଯୁଯୁମୁରା ବ୍ଲକ ଅନ୍ତର୍ଗତ ଛାମୁଣ୍ଡା ଅଞ୍ଚଳରେ ଏବେ ଦେଖାଦେଇଛି ହାତୀ ଆତଙ୍କ । ପ୍ରତେକ ଦିନ ଶହ ଶହ ଏକର ଧାନ ଚାଷକୁ ନଷ୍ଟ କରୁଛନ୍ତି ଏହି ହାତୀ ପଲ । ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ହାତୀ ପଲଙ୍କୁ ଘଉଡ଼ାଉଛନ୍ତି ହେଲେ ପୁଣି ଗାଁ ମୁହାଁ ହେଉଛନ୍ତି ହାତୀ ।

ସମ୍ବଲପୁର(କେନ୍ୟୁଜ୍): ଗଛ ଉପରେ ବନ୍ଧା ହୋଇଛି ମଞ୍ଚା । ଆଉ ମଞ୍ଚା ଉପରେ ବସି ରହିଛନ୍ତି କିଛି ଯୁବକ । ହେଲେ କାହିଁକି? ସମ୍ବଲପୁର ଯୁଯୁମୁରା ବ୍ଲକ ଅନ୍ତର୍ଗତ ଛାମୁଣ୍ଡା ଅଞ୍ଚଳରେ ଏବେ ଦେଖାଦେଇଛି ହାତୀ ଆତଙ୍କ । ପ୍ରତେକ ଦିନ ଶହ ଶହ ଏକର ଧାନ ଚାଷକୁ ନଷ୍ଟ କରୁଛନ୍ତି ଏହି ହାତୀ ପଲ । ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ହାତୀ ପଲଙ୍କୁ ଘଉଡ଼ାଉଛନ୍ତି ହେଲେ ପୁଣି ଗାଁ ମୁହାଁ ହେଉଛନ୍ତି ହାତୀ ।

ଯୁଯୁମୁରା ବ୍ଲକର ବିଭିନ୍ନ ଅଞ୍ଚଳରେ ଏବେ ଦେଖା ଯାଇଛି ହାତୀ ଭୟ । ଲୋକେ ହାତୀକୁ ଘଉଡ଼ାଇବା ପାଇଁ ରାତି ସାରା ଜଗି ରହୁଛନ୍ତି । ବର୍ତ୍ତମାନ କ୍ଷେତରେ ଧାନ ପାଚି ଯାଇଛି। ଚାଷୀ ଧାନ କଟିବା ପୂର୍ବରୁ ହାତୀ ଏହାକୁ ନଷ୍ଟ କରି ଦେଉଛି । ଯୁଯୁମୁରା ବ୍ଲକ ଅଞ୍ଚଳରେ ଥିବା ଛାମୁଣ୍ଡା, ହାତୀପଡ଼ା ଅଞ୍ଚଳରେ ହାତୀ ମାନେ ବ୍ୟାପକ ଧାନ କ୍ଷେତ ନଷ୍ଟ କରିଥିବା ବେଳେ ବହୁ ଧାନ ମୂଳରୁ ଖାଇ ଡେଇଛନ୍ତି।

ଲୋକେ ହାତୀକୁ ଘଉଡ଼ାଇବା ମଧ୍ୟ ସମ୍ଭବ ହେଉନାହିଁ । ଏହି ଅଞ୍ଚଳରେ କିଛିଦିନ ହେଲାଣି ପ୍ରାୟ ୫୦ ଟି ହାତୀ ପଲ ଘୁରି ବୁଲୁଛନ୍ତି। ଛାମୁଣ୍ଡା ଅଞ୍ଚଳରଟି ଘଞ୍ଚ ଜଙ୍ଗଲ ମଧ୍ଯରେ ରହିଥିବାରୁ ଆଉ ପିଇବା ପାଣି ସୁବିଧା ରହିଥିବାରୁ ଏଠାକୁ ପ୍ରତେକ ଦିନ ହାତୀ ଆସି ଫସଲ ନଷ୍ଟ କରୁଛନ୍ତି ।

ଏପଟେ ଲୋକେ ହାତୀ ପାଇଁ ଗଛ ଉପରେ ମଞ୍ଚା ବାନ୍ଧି ଦିନ ରାତି ଜଗି ରହିଛନ୍ତି। ହାତୀର ଗତିବିଧି କୁ ଲକ୍ଷ କରିବା ପାଇଁ ଗାଁ ର ଯୁବକ ମାନେ ପ୍ରତେକ ଦିନ ଗଛ ଉପରେ ତିଆରି କରିଥିବା ମଞ୍ଚା ଉପରେ ପାଳି କରି ଜଗୁଛନ୍ତି ।

ସେପଟେ ବନ ବିଭାଗର ଏକ ଟିମ କ୍ଷତି ଗ୍ରସ୍ତ ଅଞ୍ଚଳକୁ ଆସି କ୍ଷୟକ୍ଷତି  ଅନୁଧ୍ୟାନ କରିଛନ୍ତି। ପ୍ରତେକ ଦିନ ବନ ବିଭାଗର ଏକ ଟିମ ମଧ୍ୟ ଏହି ହାତୀକୁ ଘଉଡ଼ାଇବା ପାଇଁ ଚେଷ୍ଟା କରୁଛନ୍ତି । କେତେବେଳେ ହାତୀ ଅନ୍ୟ ସ୍ଥାନକୁ ଚାଲି ଯାଉଥିବା ବେଳେ ପୁଣି କେତେବେଳେ ସେହି ସ୍ଥାନକୁ ଫେରି ଆସୁଛନ୍ତି ।

ହାତୀ ଆତଙ୍କରେ ଏବେ ଶାନ୍ତିରେ ଟିକେ ଶୋଇପାରୁନାହାନ୍ତି ଛାମୁଣ୍ଡା ଅଞ୍ଚଳବାସୀ । ଏବେ ସରକାରଙ୍କ ଯାହା ନିୟମ ରହିଛି ସେହି ଆଧାରରେ କ୍ଷତି ଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବାର ବ୍ୟବସ୍ଥା କରାଯିବ ଯିବ ଶୁଣିବାକୁ ମିଳିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.