Below header

ମାଞ୍ଜାସୂତା ଗୁଡ଼ି ବିକିଲେ ପଦକ୍ଷେପ ନିଅ, କଟକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ(କେନ୍ୟୁଜ୍‌) : ମାଞ୍ଜାସୂତାରେ ଗୁଡ଼ି ଉଡ଼ାଇବାକୁ ସଂପୂର୍ଣ୍ଣ ବାରଣ ପାଇଁ ହାଇକୋର୍ଟରେ ରୁଜୁ ମାମଲାର ଶୁଣାଣି କରି ପଦକ୍ଷେପ ଗ୍ରହଣ କରିବାକୁ କଟକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୁରଲୀଧର ଓ ଜଷ୍ଟିସ ମୁରାହରି ଶ୍ରୀରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପ୍ରିଲ ୩ ତାରିଖ ସୁଦ୍ଧା ଏ ନେଇ ଏକ ଗାଇଡଲାଇନ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ କିଭଳି କଡାକଡି ଭାବେ ଲାଗୁ କରାଯିବ ସେ ନେଇ ଜିଲା ପ୍ରଶାସନ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇ ମାମଲାର ଅନ୍ତ ଘଟାଇଛନ୍ତି ହାଇକୋର୍ଟ । ମାମଲାରେ ଦର୍ଶାଯାଇଥିଲା ଯେ, ଆସନ୍ତା ୧୪ରେ ମକର ସଂକ୍ରାନ୍ତି ପରିପ୍ରେକ୍ଷୀରେ ଗୁଡ଼ି ଉଡାଇବାର ଏକ ପରମ୍ପରା ରହିଛି । ମାତ୍ର ଏବେ ଗୁଡ଼ି ଉଡ଼ା ଜନସାଧାରଣଙ୍କ ପାଇଁ ବିପଦର କାରଣ ହୋଇଥିବା ଯୋଗୁଁ ବହୁ ସଚେତନ ନାଗରିକ ତଥା ବୁଦ୍ଧିଜୀବୀ ଗୁଡ଼ି ଉଡାଇବା ଉପରେ କଟକଣା ଲଗାଇବା ପାଇଁ ଦାବି କରୁଛନ୍ତି ।

ପ୍ରତିବର୍ଷ ଗୁଡ଼ି ଉଡ଼ାଇବା ଦ୍ୱାରା ସୂତା ବେକରେ ଲାଗି ଏକାଧିକ ବାଇକ ଆରୋହୀ, ସାଇକେଲ ଆରୋହୀଙ୍କ ସମେତ ପଶୁ ପକ୍ଷୀଙ୍କ ପ୍ରାଣହାନୀ ଭଳି ଦୁର୍ଘଟଣା ଘଟୁଛି । ଏତେ ଅଘଟଣ ପରେ ମଧ୍ୟ ପ୍ରଶାସନ କିମ୍ବା ଲୋକେ ଚେତୁନଥିବା ଯୋଗୁଁ ଏଥିରେ କଟକଣା ଲଗାଇବା ପାଇଁ ହାଇକୋର୍ଟରେ ମାମଲା କରାଯାଇଛି । ଗୁଡ଼ି ଉଡାଇବା ଉପରେ କଟକଣା ଲାଗୁ କରିବା ପାଇଁ କଟକ ମେରିଆବଜାରର ପୁଷ୍ପାଞ୍ଜଳି ମହାପାତ୍ର ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.