Below header

ହାତୀ ମୃତ୍ୟୁକୁ ନେଇ ହାଇକୋର୍ଟରେ ଦାୟର ମାମଲାର ଶୁଣାଣି, ଉଦବେଗ୍‌ ପ୍ରକାଶ କଲେ ହାଇକୋର୍ଟ

ହାତୀ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ କଲେ ହାଇକୋର୍ଟ । ୨ ମାସ ଭିତରେ ୧୮ ଟି ହାତୀଙ୍କର ହୋଇଛି ମୃତ୍ୟୁ। ହାତୀ ଆକ୍ରମଣରେ ୮ ଜଣ ମଣିଷଙ୍କର ମୃତ୍ୟ ହୋଇଛି। ଏ ସମ୍ପର୍କରେ ହାଇକୋର୍ଟଙ୍କୁ ଅବଗତ କଲେ ଜଏଣ୍ଟ ଟାସ୍କ ଫୋର୍ସ। ଏହାକୁ ନେଇ ଉଦବେଗ ପ୍ରକାଶ କଲେ ହାଇକୋର୍ଟ।

କଟକ(କେନ୍ୟୁଜ୍‌) : ହାତୀ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ କଲେ ହାଇକୋର୍ଟ । ୨ ମାସ ଭିତରେ ୧୮ ଟି ହାତୀଙ୍କର ହୋଇଛି ମୃତ୍ୟୁ। ହାତୀ ଆକ୍ରମଣରେ ୮ ଜଣ ମଣିଷଙ୍କର ମୃତ୍ୟ ହୋଇଛି। ଏ ସମ୍ପର୍କରେ ହାଇକୋର୍ଟଙ୍କୁ ଅବଗତ କଲେ ଜଏଣ୍ଟ ଟାସ୍କ ଫୋର୍ସ। ଏହାକୁ ନେଇ ଉଦବେଗ ପ୍ରକାଶ କଲେ ହାଇକୋର୍ଟ।

ଏଥିସହ ୨ ମାସ ଭିତରେ ଉପଯୁକ୍ତ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ। ହାତୀ କରିଡର ବିଜ୍ଞପ୍ତି ପ୍ରକାଶନ ଉପରେ ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ । ବିଦ୍ୟୁତ ବିଭାଗକୁ ଏ ନେଇ ସ୍‌ୱତନ୍ତ୍ର ନିର୍ଦେଶ ଦେଲେ ହାଇକୋର୍ଟ।

ଏଥିସହିତ ଜଙ୍ଗଲ ଅଞ୍ଚଳରେ ବିକଳ୍ପ ବିଦ୍ୟୁତ ଯୋଗାଣ ବ୍ଯବସ୍ଥା କରିବାକୁ ମଧ୍ୟ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ସୌର ଶକ୍ତି ଚାଳିତ ବିଦ୍ୟୁତ ବ୍ଯବହାର କରିବାକୁ ପରାମର୍ଶ ମଧ୍ୟ ପରାମର୍ଶ ଦେଇଛନ୍ତି । ଜୁଲାଇ ୧୯ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.