କଟକ ନିର୍ଗୁଣ୍ଡି ଷ୍ଟେସନରେ ହୋଇଥିବା ମୁମ୍ବାଇ-ଭୁବନେଶ୍ୱର ଲୋକମାନ୍ୟ ତିଲକ ଏକ୍ସପ୍ରେସ୍‌ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ

କଟକ: କଟକ ନିର୍ଗୁଣ୍ଡି ଷ୍ଟେସନରେ ହୋଇଥିବା ମୁମ୍ବାଇ-ଭୁବନେଶ୍ୱର ଲୋକମାନ୍ୟ ତିଲକ ଏକ୍ସପ୍ରେସ୍‌ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ। ଏନେଇ ପୂର୍ବତଟ ରେଳବାଇ ମୁଖ୍ୟ ଜନସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି। ଏହା ଏକ ବଡ଼ ଧରଣର ଦୁର୍ଘଟଣା। ଘଟଣାର ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି। କିଭଳି ହେଲା ଦୁର୍ଘଟଣା ତାର କାରଣ ଖୋଜାଯିବ। ବର୍ତ୍ତମାନ ଟ୍ରାକ ମରାମତି କାମ ଆରମ୍ଭ ହୋଇଛି। ଆହତ ଯାତ୍ରୀଙ୍କୁ ନେବା ପାଇଁ ୫ଟି ବସ୍‌ ବ୍ୟବସ୍ଥା କରାଯାଇଛି। ଆଜି ସକାଳେ ନିର୍ଗୁଣ୍ଡି ଷ୍ଟେସନରେ ଛିଡ଼ା ହୋଇଥିବା ମାଲବାହୀ ଟ୍ରେନ୍‌କୁ ପଛରୁ ଧକ୍କା ଦେଇଥିଲା ଲୋକମାନ୍ୟ ତିଲକ ଏକ୍ସପ୍ରେସ୍‌ । ଏହା ପରେ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହୋଇଥିଲା । ଏକ୍ସପ୍ରେସ୍‌ର ୮ଟି ବଗି ଲାଇନଚ୍ୟୁତ ହୋଇଛି । ଏଥିରେ ୧୧ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ୫ ଜଣ ଗୁରୁତର ହୋଇଛନ୍ତି ।

help lineସେହିପରି ୮ଜଣ ସାମାନ୍ୟ ଆହତ ହୋଇଥିବା ବେଳେ ସେମାନଙ୍କୁ ଡାକ୍ତର ପ୍ରାଥମିକ ଚିକିତ୍ସା କରିଥିବା ଖୋର୍ଦ୍ଧାରୋଡ ଡିଭିଜନର ସିନିୟର ଡିଭିଜନାଲ କମର୍ସିଆଲ ମ୍ୟାନେଜର ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ ଆମ୍ବୁଲାନ୍ସ, ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛନ୍ତି। ଗୁରୁତରଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ଯାତ୍ରୀମାନଙ୍କୁ ଟ୍ରେନରୁ ବାହାର କରାଯାଇ ବସ ଯୋଗେ କଟକ ଓ ଭୁବନେଶ୍ୱର ପଠାଯାଇଛି। କଟକ ଉପଜିଲ୍ଲାପାଳ SCBରେ ପହଞ୍ଚି ଆହତ ଯାତ୍ରୀଙ୍କୁ ଭେଟିଛନ୍ତି। ଆହତ ଯାତ୍ରୀଙ୍କ ସମ୍ପର୍କରେ ସୂଚନା ପାଇବା ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ହେଲ୍‌ପ ଲାଇନ୍‌ ନମ୍ବର ଜାରି କରାଯାଇଛି । କଟକ ହେଲ୍‌ପ ଲାଇନ୍‌ ନମ୍ବର ରହିଛି ୦୬୭୧୧୦୭୨, ଭୁବନେଶ୍ୱର ହେଡ୍‌କ୍ୱାର୍ଟର ନମ୍ବର ୧୮୦୦୩୪୫୭୪୦୧ ଓ ୧୮୦୦୩୪୫୭୪୦୨ । ଭୁବନେଶ୍ୱର ଷ୍ଟେସନ୍‌ ନମ୍ବର ରହିଛି ୦୬୭୪୧୦୭୨ । ପୁରୀ ପାଇଁ ୦୬୭୫୨୧୦୭୨ ନମ୍ବର ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.