Below header

ଥ୍ରୀଲର‌ ସିନେମା ନିର୍ମାତାଙ୍କ ସହ ଓଡ଼ିଆ ନବାଗତ କଳାକାରଙ୍କ ନାମରେ ଥାନାରେ ମାମଲା, ଅଶ୍ଳୀଳ ଦୃଶ୍ୟରେ ହିନ୍ଦୁ ଦେବାଦେବୀଙ୍କୁ ନେଇ ଅଭିଯୋଗ

ନବରଙ୍ଗପୁର(କେନ୍ୟୁଜ୍‌) : ଥ୍ରୀଲର ସିନେମା ନିର୍ମାତା ରାମ ଗୋପାଳ ବର୍ମା, ଅଭିନେତା ରକ୍ କଚି,ଅଭିନେତ୍ରୀ ଅପସରା ରାଣୀ ଙ୍କ ନାମରେ ଥାନାରେ ଏତଲା ଦେଇଛି ନବରଙ୍ଗପୁର ହିନ୍ଦୁ ଏକତା ବାହିନୀ, । ଫିଲ୍ମରେ ଅଶ୍ଳୀଳ ଦୃଶ୍ୟ ରେ ହିନ୍ଦୁ ଦେବା ଦେବୀ ଙ୍କ ନାଁ ବ୍ୟବହାର କରୁଥିବା ନେଇ ନବରଙ୍ଗପୁର ଟାଉନ ଥାନାରେ ହୋଇଛି ଏହି ଅଭିଯୋଗ । ଥ୍ରୀଲର ଚଳଚିତ୍ରରେ ଓଡ଼ିଶାର ଦୁଇ ଓଡ଼ିଆ ନବାଗତା ଅଭିନୟ କରୁଛନ୍ତି ।

ଅଭିନେତା ରକ୍ କାଚି ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳର ଭଣଜା ହୋଇଥିବାରୁ ସମସ୍ତେ ବେଶ ଖୁସି ଅନୁଭବ କରୁଥିଲେ । ତେବେ ସିନେମା ର ଏକ ଟ୍ରେଲର you tube ରେ upload ହେବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ବିବାଦ । ଯେଉଁ ଥିରେ ଉଭୟ ଓଡ଼ିଆ ଅଭିନେତା ଆଉ ଅଭିନେତ୍ରୀ ଏକ ଅଶ୍ଳୀଳ ଦୃଶ୍ୟ ରେ ଅଭିନୟ କଲା ବେଳେ ପ୍ରଚ୍ଛଦ ପଟରେ ହିନ୍ଦୁ ଦେବା ଦେବୀଙ୍କ ନାଁ ଉଚ୍ଚାରଣ ହେଉଥିବା ଦେଖାଯାଇଛି ।

ଯାହାକୁ ନେଇ ଏବେ ଅସନ୍ତୋଷ ଦେଖା ଦେଇଛି । ହିନ୍ଦୁ ସମାଜ ପ୍ରତି ଏହା ଏକ ଅପମାନସୂଚକ ବୋଲି ଅଭିଯୋଗ କରି ଥ୍ରୀଲର ସିନେମା ସହ ଜଡିତ କଳାକାରମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ହିନ୍ଦୁ ଏକତା ବାହିନୀ ର କର୍ମକର୍ତ୍ତା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.