Below header

ଖ୍ୟାତନାମା ସାମ୍ବାଦିକ ଦିଲୀପ ବିଶୋୟୀଙ୍କୁ ରାଜ୍ୟ ସୂଚନା କମିଶନର ଭାବେ ନିଯୁକ୍ତ କଲେ ରାଜ୍ୟ ସରକାର

ଭୁବନେଶ୍ବର(କେନ୍ୟୁଜ୍): ଓଡିଶାର ଖ୍ୟାତନାମା ସାମ୍ବାଦିକ ତଥା ଏକ ପ୍ରମୁଖ ଗଣମାଧ୍ୟମର ସଂପାଦକ ଦିଲୀପ ବିଶୋୟୀଙ୍କୁ ରାଜ୍ୟ ସୂଚନା କମିଶନର ସଦସ୍ୟ ଭାବେ ନିଯୁକ୍ତି ଦେଲେ ରାଜ୍ୟ ସରକାର । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ନେଇ ଗଠିତ କମିଶନ ସଦସ୍ୟ ଚୟନ କମିଟିରେ  ସର୍ବସମ୍ମତ୍ତି କ୍ରମେ ତାଙ୍କ ନାମାକୁ ନିର୍ଦ୍ଧାରଣ କରାଯାଇଛି।

ଜଣେ ସାମ୍ବାଦିକ ଭାବେ ସୂଚନା କମିଶନ ସଦସ୍ୟ ଭାବେ ଦାୟିତ୍ଵ ନେବାରେ ଶ୍ରୀ ବିଶୋୟୀ ପ୍ରଥମ। ରାଜ୍ୟପାଳଙ୍କ ସ୍ଵୀକୃତି ମିଳିବା ପରେ ସେ ସୂଚନା କମିଶନ ସଦସ୍ୟ ଭାବେ ନିଯୁକ୍ତି ପାଇବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.