କୁନି ଫୁଟ୍‌ବଲ୍‌ ଖେଳାଳିଙ୍କ କମାଲ୍‌ : ଛଅ ବର୍ଷର ଖେଳାଳିଙ୍କ ୩.୯ ମିଲିୟନ୍‌ ଫଲୋରସ୍‌, ଭିଡିଓରୁ ଦେଖନ୍ତୁ ତାଙ୍କ ଖେଳ ଜାଦୁଗରି

ବୟସ ମାତ୍ର ୬ ବର୍ଷ । ହେଲେ ଫୁଟ୍‌ବଲଖେଳରେ ଓସ୍ତାଦ୍ । ତାଙ୍କ ଫୁଟ୍‌ବଲ ଯାଦୁଗରୀ ଦେଖିଲେ ଯେ କେହି ବି ଘଡିଏ ଚାହିଁ ରହିବ । ଏତେ ଛୋଟ ବୟସରୁ ତାଙ୍କ ଫଲୋଅର୍ସ ଅଛନ୍ତି ୩.୯ ମିଲିୟନ୍ ଅର୍ଥାତ୍ ୩୯ ଲକ୍ଷ। ବ୍ରିକେଟନ୍‌ର ପ୍ରସିଦ୍ଧ ଫୁଟ୍‌ବଲ୍ କ୍ଲବ୍ ଲିଭରପୁଲ୍ର ଏହି ଆଶ୍ଚର‌୍ୟ୍ୟ ବାଳକ ଜଣକ ହେଉଛନ୍ତି ଆରାତ ହୋସେନି । ଫୁଟ୍ବଲ୍ ଖେଳ ପ୍ରତି ଥିବା ନିଷ୍ଠା ତାଙ୍କୁ ବାନ୍ଧି ରଖି ପାରିନି ୪ କାନ୍ଥର ପରିଧି ଭିତରେ । ସେ ଘର ଭିତରେ ଥାଇ ମଧ୍ୟ ଖେଳକୁ ଛାଡି ପାରି ନାହାଁନ୍ତି ।

liverpool

ଚାରି କାନ୍ଥ ଭିତରେ ସେ ଦେଖାଇଛନ୍ତି ଫୁଟ୍‌ବଲ କମାଲ୍ । ଆରାତ୍ ତାଙ୍କ ବାପାଙ୍କ ସହ ଏକ ଆପାର୍ଟମେଣ୍ଟରେ ଭଡ଼ାରେ ରହୁନ୍ତି । କରୋନା ଲକ୍ଡାଉନ୍ ପାଇଁ ସମସ୍ତେ ଘରେ ବନ୍ଦୀ ଭାବେ ଥିବା ବେଳେ ସେ ଖେଳ ପ୍ରାକ୍ଟିସ୍ ପାଇଁ ପଡ଼ିଆକୁ ଯାଇପାରୁ ନାହାଁନ୍ତି । ହେଲେ ତାଙ୍କର ପ୍ରାକଟିସ୍ ଜାରି ରଖିଛନ୍ତି ତାଙ୍କ ଘର ଡାଇନିଂ ହଲ୍ ଭିତରେ । ଏହି କୁନି ଖେଳାଳି ଜଣକ ଏବେ ବ୍ରିଟେନ୍‌ର ଲିଭରପୁଲ ପାଇଁ କୁନି ଟିମ୍ରେ ଖେଳୁଛନ୍ତି ।

courtesy-SM times

https://www.youtube.com/watch?v=-Y1Gs6USSb0

ତାଙ୍କ ଖେଳ ଜାଦୁଗରିର ଭିଡିଓ ଭାଇରାଲ୍‌ ହେବା ପରେ ତାଙ୍କର ଫଲୋରସ୍‌ ସଂଖ୍ୟା ମଧ୍ୟ ବେଶ୍‌ ବଢ଼ିଯାଇଛନ୍ତି । ଏହି କୁନି ତାଙ୍କ ଖେଳ ଜାଦୁଗରିର ଭିଡିଓ ଭାଇରାଲ୍ ହେବା ପରେ ତାଙ୍କର ଫଲୋରସ୍ ସଂଖ୍ୟା ମଧ୍ୟ ବେଶ୍ ବଢ଼ିଯାଇଛନ୍ତି । ବହୁତ ବଡ଼ ବଡ଼ ଷ୍ଟାର ଆରାତ୍‌ଙ୍କ ପ୍ରଶଂସାରେ କରିଛନ୍ତି । ସେ ଭବିଷ୍ୟତାର ଷ୍ଟାର୍ ଫୁଟ୍‌ବଲର୍ ବୋଲି କହିଛନ୍ତି ।

ବିଶ୍ୱର ଏକ ନମ୍ବର ଟେନିସ୍ ଖେଳାଳି ନୋଭାକ୍ ଜୋକୋଭିକ୍ ଓ ଆର୍ଜେଣ୍ଟିନାର ପ୍ରଖ୍ୟାତ୍ ଫୁଟ୍‌ବଲ୍ ସୁପରଷ୍ଟାର୍ ଲିଓନେଲ୍ ମେସି ମଧ୍ୟ ଏହି କୁନି ଷ୍ଟାରଙ୍କ ପ୍ରଶଂସାରେ ଶତମୁଖ ହୋଇପଡ଼ିଛନ୍ତି । ଏହି କୁନି ସୁପରଷ୍ଟାର ସାରା ଦୁନିଆ ପାଇଁ ପ୍ରେରଣାର ଉତ୍ସ ବୋଲି କହିଛନ୍ତି ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ମହମ୍ମଦ । ବାପା ମହମ୍ମଦ ଆରାତ୍‌ଙ୍କୁ ଏକ ବର୍ଷ ବୟସରୁ ତାଲିମ ଦେଇ ଆସୁଛନ୍ତି । ଖାଲି ଫୁଟ୍‌ବଲ୍ ଖେଳ ନୁହେଁ ଜିମ୍ନାଷ୍ଟିକ୍ସରେ ମଧ୍ୟ ପୂରା ମାହିର ଏଇ ଛୋଟ ପିଲାଟି । ଆଉ ତାଙ୍କର ସିକ୍ସପ୍ୟାକ୍ ଦେଖିଲେ ଆପଣ ତାଜୁବ ହୋଇଯିବେ । ଆରାତ୍‌ଙ୍କ ଫଲୋଅର୍ସ ଦେଖି ବାପା ମହମ୍ମଦ ଭାରି ଖୁସି । କାରଣ ତାଙ୍କ ପରିଶ୍ରମ ସଫଳ ହୋଇଛି ବୋଲି ସେ ଭାବୁଛନ୍ତି । ତେବେ ପୁଅ ଆରାତ୍‌କୁ ଜଣେ ଦକ୍ଷ ଖେଳାଳି ବନାଇବା ହେଉଛି ତାଙ୍କର ସ୍ୱପ୍ନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.