Below header

ଖୋର୍ଦ୍ଧା କାଇପଦରରେ କାର୍ତ୍ତିକେଶ୍ୱରଙ୍କ ପୂଜା , ଏକାଠି ପର୍ବ ପାଳୁଛନ୍ତି ହିନ୍ଦୁ ଓ ମୁସଲମାନ ସଂପ୍ରଦାୟ

ଖୋର୍ଦ୍ଧା(କେନ୍ୟୁଜ୍) : ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ସମସ୍ତେ ମିଶି ପାଳନ କରୁଛନ୍ତି ପ୍ରଭୂ କାର୍ତ୍ତିକେଶ୍ୱରଙ୍କ ପୂଜା । ଏଥିପାଇଁ ଉତ୍ସବମୁଖର ହୋଇଛି ଖୋର୍ଦ୍ଧା କାଇପଦର ଗାଁ । ନିଆରା ଭାଇଚାରାର ବାର୍ତ୍ତା ନେଇ, ପୂଜାକୁ ଆକର୍ଷଣୀୟ କରିବା ପାଇଁ ଉଭୟ ସଂପ୍ରଦାୟ ଲାଗି ପଡଛନ୍ତି । ରଙ୍ଗୀନ ଆଲୋକ ମାଳାରେ ଝଲସି ଉଠୁଛି ଗାଁ ଦାଣ୍ଡ ଓ ଗଳି କନ୍ଦି ।

kartika ppବିଶେଷ କରି କାଇପଦରର ପୀର ବାବାଙ୍କ ପୀଠସ୍ଥଳୀ ବେଶ୍‌ ଜାକଜମକରେ ସଜାଯାଇଛି । ଗାଁର ପ୍ରତ୍ୟେକ ସାହିରେ ପ୍ରାୟ ୩୦ରୁ ଅଧିକ ସ୍ଥାନରେ ପୂଜା ପାଉଛନ୍ତି ପ୍ରଭୁ କାର୍ତ୍ତିକେଶ୍ୱର । ଦୀର୍ଘ ୫ ବର୍ଷ ଧରି ଏଠାରେ କାର୍ତ୍ତିକେଶ୍ୱରଙ୍କ ପୂଜା ପାଳିତ ହୋଇଆସୁଛି । ଯାହା ଦେଖିବାକୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.