Below header

ଦିନକ ପରେ ହକି ମହାସମରର ଉଦଘାଟନୀ ଉତ୍ସବ,ପହଞ୍ଚୁଛନ୍ତି ବିଭିନ୍ନ ଦେଶର ଖେଳାଳି

ଭୁବନେଶ୍ବର (କେନ୍ୟୁଜ୍) : ଦିନକ ପରେ ହକି ମହାସମରର ଉଦଘାଟନୀ ଉତ୍ସବ । ପହଞ୍ଚିବାରେ ଲାଗିଛନ୍ତି ବିଭିନ୍ନ ଦେଶର ଖେଳାଳି। ପାକିସ୍ତାନ, ଅଷ୍ଟ୍ରେଲିଆ, ନେଦରଲ୍ୟାଣ୍ଡ ଓ ବେଲଜିୟମ ଟିମ ଗତକାଲି ଆସି ପହଞ୍ଚିଛନ୍ତି । ପାକିସ୍ତାନରୁ ୧୮ ଜଣିଆ ଟିମ୍ ଆସି ପହଞ୍ଚିଛନ୍ତି । ଏହି ୧୮ ଜଣ ଭିତରେ ଅଛନ୍ତି ଖେଳାଳି ଏବଂ କର୍ମକର୍ତ୍ତା । ବର୍ତ୍ତମାନ ସୁଦ୍ଧା ୧୨ଟି ଟିମ୍ ଭୁବନେଶ୍ୱରରେ ପହଞ୍ଚି ସାରିଲେଣି । ଆଜି ଆସି ପହଞ୍ଚିବେ ଜର୍ମାନୀ , ଆୟର୍ଲାଣ୍ଡ ଓ ମାଲେସିଆ। ସେମାନଙ୍କୁ କଡ଼ା ସୁରକ୍ଷା ବଳୟରେ ବିଭିନ୍ନ ହୋଟଲରେ ରଖାଯାଇଛି । ହକି ବିଶ୍ୱକପ ପାଇଁ ରାଜଧାନୀରେ ସୁରକ୍ଷା କଡ଼ାକଡ଼ି କରାଯାଇଛି ।

hockeyପୋଲିସ ଡିଜି କହିଛନ୍ତି, ବିମାନବନ୍ଦର, ଖେଳାଳି ରହୁଥିବା ହୋଟେଲରେ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି । ସବୁ ଦଳର ଖେଳାଳିଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି । ଏୟାରପୋର୍ଟରୁ କଳିଙ୍ଗ ଷ୍ଟାଡିୟମ୍, ଖେଳାଳି ରହୁଥିବା ହୋଟେଲ୍ ଯାଏଁ ସବୁଠୁ ହକି ବିଶ୍ୱକପ୍ର ହୋର୍ଡିଂ, ପୋଷ୍ଟର ଓ କଟ୍ ଆଉଟ୍ । ଭାରତୀୟ ଖେଳାଳିଙ୍କ ସମେତ ବିଭିନ୍ନ ଦେଶରେ ହକି ତାରକାଙ୍କ ଫଟୋ ଲାଗିଛି ରାଜଧାନୀ ରାଜରାସ୍ତାରେ । ରାସ୍ତାଘାଟ, କାନ୍ଥବାଡ଼ ସବୁଠି ହକିର ଝଲକ । ଏହାସହ ବଢିଛି ସମସ୍ତଙ୍କ ହୃତସ୍ପନ୍ଦନ ।

ସେପଟେହକି ବିଶ୍ୱକପ୍ ପାଇଁ କମିସନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ ବ୍ୟବସ୍ଥା କଡାକଡି କରାଯାଇଛି। ମ୍ୟାଚ୍ ଦେଖିବାକୁ ଆସୁଥିବା ଦର୍ଶକଙ୍କ ପାଇଁ ୭ଟି ପାର୍କିଂ ସ୍ଥାନ ଚିହ୍ନଟ କରାଯାଇଛି। ଚାରିଚକିଆ ଯାନ ପାଇଁ ୫୦ଟଙ୍କା ଓ ୨ ଚକିଆ ଯାନ ପାଇଁ ୨୫ ଟଙ୍କା ପାର୍କଂ ଫି ରଖାଯାଇଛି। ଶାସ୍ତ୍ରୀନଗର ସ୍ଥିତ ପୁରୁଣା ଏଜି କଲୋନୀ ପଡିଆ, ଗେଟ୍ ନମ୍ବର ୧ ନିକଟ ବେହେରାସାହି ପଡିଆ, ନୟାପଲ୍ଲୀ ରାବଣପୋଡି ପଡିଆ ଓ ନୟାପଲ୍ଲୀ ଦୁର୍ଗାପୂଜା ପଡିଆରେ ୨ ଚକିଆ ଯାନ ପାର୍କିଂ କରାଯିବ।

ସେହିପରି ହୋଟେଲ କ୍ରାଉନ୍ ନିକଟ ଇଡକଲ୍ ପଡିଆରେ ଚାରିଚକିଆ ଯାନ ଏବଂ ନିକୋ ପାର୍କ ରୋଡ୍ ଏବଂ ଜନତା ମଇଦାନରେ ଉଭୟ ଦୁଇ ଚକିଆ ଓ ଚାରି ଚକିଆ ଯାନ ପାର୍କିଂ କରିବାର ବ୍ୟବସ୍ଥା ରହିଛି। ଖଣ୍ଡଗିରିପଟୁ ଆସୁଥିବା ଦର୍ଶକ ନୟାପଲ୍ଲୀ ଦୁର୍ଗାପୂଜା ପଡିଆରେ ଚାରି ଚକିଆ ଏବଂ ରାବଣପୋଡି ପଡିଆରେ ଦୁଇ ଚକିଆ ଯାନ ପାର୍କିଂ କରିବେ। ନନ୍ଦନକାନନ ପଟୁ ଆସୁଥିବା ଦର୍ଶକଙ୍କ ପାଇଁ ଜନତା ମଇଦାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ସେହିପରି କଟକ ପଟୁ ଆସୁଥିବା ବ୍ୟକ୍ତି ଆଚାର‌୍ୟ୍ୟବିହାର, ସୈନିକ ସ୍କୁଲ ଦେଇ ଜନତା ମଇଦାନରେ ପାର୍କିଂ କରିବେ। ନିକୋପାର୍କ ଏବଂ ଶାସ୍ତ୍ରୀନଗର ଛକଠାରେ ଚେକ୍ ପୋଷ୍ଟ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.