Below header

ବଡଚଣା ଥାନା ଅଧିକାରୀ ଶ୍ରୀମନ୍ଦିର ଯିବା ଘଟଣା : ଚୋରା ଗାଡିରେ ନାଲିବତୀ ଲାଗିଲା କେମିତି ?

ଯାଜପୁର/ଯାଜପୁର ଟାଉନ (କେ ନ୍ୟୁଜ) : ପୁରୀ ଶ୍ରୀମନ୍ଦିରର କରୋନା କଟକଣା ଥିବା ସତ୍ତ୍ୱେ ପରିବାର ସହ ମନ୍ଦିରରେ ପ୍ରବେଶ କରିଥିଲେ ବଡଚଣା ଥାନା ଅଧିକାରୀ ଦୀପକ କୁମାର ଜେନା। ତାଙ୍କ ପରିବାର ଶ୍ରୀମନ୍ଦିରର ଦକ୍ଷିଣ ଦ୍ୱାର ଦେଇ ପ୍ରବେଶ କରିଥିଲେ। ଡ୍ୟୁଟିରେ ଥିବା ହାବିଲଦାର ତାଙ୍କୁ ଭିତରକୁ ଯିବାକୁ ମନା କରିବା ସତ୍ତ୍ୱେ ଆଇଆଇସି ଜବରଦସ୍ତ ପ୍ରବେଶ କରିଥିଲେ। ତେବେ ଏହି ଘଟଣାକୁ ନେଇ ସିଂହଦ୍ୱାର ଥାନାରେ ମାମଲା ରୁଜ୍ଜୁ ହେବା ପରେ ଡିଜିପି ତାଙ୍କୁ ନିଲମ୍ବିତ କରିଥିଲେ। ଏବେ କିନ୍ତୁ ତାଙ୍କ ନାମରେ ଆଉ ଏକ ସାଂଘାତିକ ଅଭିଯୋଗ ଆସିଛି।

dipak-iic-1013x1024

ମିଳିଥିବା ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲାର ବଡଚଣା ଆଇଆଇସି ଦୀପକ ଜେନା ନିଜ ପରିବାର ସହିତ ଯେଉଁ ସ୍କର୍ପିଓରେ ଯାଇଥିଲେ ତାହା ଚୋରା ଗାଡି ବୋଲି ଜଣାପଡିଛି। ଥାନା ଅଧିକାରୀ ଜଣକ ଚୋରା ଗାଡିରେ ନାଲିବତୀ ଲଗାଇ ପୁରୀ ବୁଲିବାକୁ କିପରି ଗଲେ। ସେ ବ୍ୟବହାର କରିଥିବା ସ୍କର୍ପିଓ ଗାଡିଟି ଗତ ମାସ ୨୦ ତାରିଖ ଦିନ ଚଣ୍ଡିଖୋଲ କୋର୍ଟ ସମ୍ମୁଖରୁ ଜଣେ ଠିକାରଙ୍କ ଠାରୁ କେତେକ ଦୁବୃର୍ତ୍ତ ଲୁଟ କରିନେଇଥିବା ଅଭିଯୋଗ ହୋଇଥିଲା।

ଘଟଣା ମୁତାବକ, ଗାଡିଟି କଟକ ଜିଲ୍ଲାର ଗତିରାଉତପାଟଣା ଗାଁର ସୁକାନ୍ତ କୁମାର ଦଳେଇଙ୍କ ନାଁରେ ଥିବା ଜଣାପଡିଛି। ତେବେ ଥାନା ଅଧିକାରୀ ଦୀପକ ଜେନା ଗତକାଲି ନିଜ ଝିଅର ମାନସିକ ପୂରଣ କରିବା ପାଇଁ ଶ୍ରୀମନ୍ଦିରକୁ ଯାଇଥିଲେ। କିଛି ସେବାୟତ ତାଙ୍କର ସମ୍ପର୍କୀୟ ଥିବାରୁ ସେ ଭାବିଥିଲେ ସାମାଜିକ ଦୂରତ ମାଧ୍ୟରେ ଏହି ପୂଜା କରିହେବ। କିନ୍ତୁ ଯେତେବେଳେ ସେବାୟତ ଏହାକୁ ବାରଣ କରିଥିଲେ, ସେ ଚାଲି ଆସିଥିବା କଥା ନିଜ ପ୍ରତିକ୍ରିୟାରେ ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.