Below header

ସୋର : ମାଛ ଧରୁ ଧରୁ ନଜରରେ ପଡ଼ିଲା ମଣିଷ ଖପୁରୀ, କିଏ ମାରିଛି ନା ଆଉ କିଛି ତାକୁ ନେଇ ଚାଲିଛି ଚର୍ଚ୍ଚା?

ସୋର (କେନ୍ୟୁଜ୍‌): ବାଲେଶ୍ବର ଜିଲ୍ଲା ଖନ୍ତାପଡା ଥାନା ମହରାଜ ପଞ୍ଚାୟତ ଚତର ପୋଲ ନିକଟରେ ସ୍ଥାନୀୟ ଗ୍ରାମଵାସୀ ମାଛ ଧରୁଥିଲେ । ଆଉ ନଜରକୁ ଆସିଲା ମଣିଷ ଖପୁରୀ । ପୋଲ ନିକଟରେ ଏକ ପୁରୁଣା ପଙ୍କ ଲାଗିଥିବା ମଣିଷ ଖପୁରୀ ପଡିଥିଵାର ଦେଖିଲେ ସେମାନେ। ଏହା ପରେ ଆରମ୍ଭ ହୋଇଗଲା ଚର୍ଚ୍ଚା ଓ ଆଲୋଚନା । ଏହି ଖପୁରୀ ଦୁଇଟି କାହାର, ଏଠାକୁ କିଭଳି ଆସିଲା, ଗୋଟିଏ ସ୍ଥାନରେ ଦୁଇଟି ଖପୁରୀ ମିଳିବା ଫଳରେ ଏମିତି ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି ।

ପୂର୍ବରୁ କେହି କାହାକୁ ହତ୍ୟା କରି ଫିଙ୍ଗି ଦେଇଥିଲେ କିମ୍ବା ତାନ୍ତ୍ରିକର କାମ ଅଥବା ଅନ୍ୟ କିଛି ଘଟଣା ଘଟିଛି ସେ ବିଷୟରେ କେହି ଅନୁମାନ କରି ପାରୁନାହାନ୍ତି । ଅବଶ୍ୟ ଘଟଣାକୁ ନେଇ ସିନା ଆଲୋଚନା ହେଉଛି ହେଲେ ପୋଲିସ୍‌ ପାଖରେ ବୋଧହୁଏ ସୂଚନା ପହଞ୍ଚି ନାହିଁ । ଅପେକ୍ଷା, ଏ ଖପୁରୀ କି କାହାଣୀ ବୟାନ କରୁଛି । ପୋଲିସ୍‌ ସାଇଣ୍ଟିଫିକ୍‌ ଟିମ୍‌ ତଦନ୍ତ କଲେ ଏହି ଖପୁରୀର କିଛି ରହସ୍ୟ ଅନ୍ତତଃ ଫିଟି ପାରିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.