Below header

ମା’ ସରସ୍ୱତୀଙ୍କ ତିନି ଭକ୍ତ, ଯିଏ ଅଳ୍ପ ବୁଦ୍ଧିଯୁକ୍ତ ହୋଇ ବି ମା’ଙ୍କ କୃପା ପାଇ ହୋଇଥିଲେ ମହାନ ବିଦ୍ୱାନ

ଧାର୍ମିକ ମାନ୍ୟତା ଅନୁଯାୟୀ ମା’ ସରସ୍ୱତୀଙ୍କ ସୃଷ୍ଟି ବସନ୍ତ ପଞ୍ଚମୀ ଦିନ ବ୍ରହ୍ମାଜୀ କରିଥିଲେ । ସନାତନ ଧର୍ମ ରେ ମାତା ସରସ୍ୱତୀଙ୍କୁ ବିଦ୍ୟା ଦେବୀ ବୋଲି କୁହାଯାଏ । ଆସନ୍ତୁ ଜାଣିବା ବସନ୍ତ ପଞ୍ଚମୀ ଅବସରରେ ମା’ଙ୍କ କୃପା ସମ୍ପର୍କରେ ଏମିତି କିଛି କଥା ।

ଆସନ୍ତା ୧୬ ତାରିଖରେ ପାଳନ ହେବ ବସନ୍ତ ପଞ୍ଚମୀ ଉତ୍ସବ । ଏହି ଉତ୍ସବକୁ ମା’ଙ୍କ ଜନ୍ମୋତ୍ସବ ଭାବେ ପାଳନ କରାଯାଏ । କାଳିଦାସ, ବରଦରାଜାଚାର୍ଯ୍ୟ ଏବଂ ୟୋପଦେବ ମାତା ସରସ୍ୱତୀଙ୍କ ଏପରି ୩ ଭକ୍ତ ଯାହାଙ୍କୁ ମାତାଙ୍କ ବରଦାନ ମିଳିଛି । ଏହି ୩ ଭକ୍ତ ଅଳ୍ପ ବୁଦ୍ଧିଯୁକ୍ତ ହୋଇ ବି ମହାନ ପଣ୍ଡିତ ହୋଇପାରିଥିଲେ । ଆସନ୍ତୁ ଜାଣିବା ମାତା ସରସ୍ୱତୀଙ୍କ ଏହି ୩ ଭକ୍ତଙ୍କ ବିଷୟରେ ।

KALIDAS
photo credit: Hari Bhoomi

ମହାକବି କାଳିଦାସ : ମହାକବି କାଳିଦାସ ସଂସ୍କୃତ ଭାଷାର ମହାନ କବି । କାଳିଦାସ ହିନ୍ଦୁ ପୌରାଣିକ କଥାବସ୍ତୁ ଓ ଦର୍ଶନକୁ ନେଇ ବହୁତ ଉପାଦେୟ କାବ୍ୟ ସଂସ୍କୃତରେ ଲେଖିଯାଇଛନ୍ତି । କାଳିଦାସଜୀଙ୍କ ସବୁଠୁ ପ୍ରସିଦ୍ଧ ରଚନା ‘ଅଭିଜ୍ଞାନଶାକୁନ୍ତଳ’ ଓ ସର୍ବଶ୍ରେଷ୍ଠ ରଚନା ‘ମେଘଦୂତ’ । କାଳିଦାସ ଜୀ ବିଦର୍ଭ ରୀତିର କବି । ବାଲ୍ୟାବସ୍ଥାରେ କାଳିଦାସ ମହାନ ମୂର୍ଖ ଥିଲେ । ସେ ଯେଉଁ ଗଛର ଡାଳରେ ବସିଥିଲେ ସେହି ଡାଳକୁ ହାଣୁଥିଲେ ବୋଲି କଥା ରହିଛି । ତେବେ ମା ସରସ୍ୱତୀଙ୍କ କୃପାରୁ ସେ ମହାନ ପଣ୍ଡିତ ହୋଇପାରିଥିଲେ ।

ବରଦରାଜ : ବରଦରାଜ ସଂସ୍କୃତ ବ୍ୟାକରଣର ମହାନ ପଣ୍ଡିତ । ଯେଉଁଥିପାଇଁ ତାଙ୍କୁ ବରଦରାଜାଚାର୍ଯ୍ୟ ମଧ୍ୟ କୁହାଯାଇଥାଏ । ବିଦ୍ୟାଳୟରେ ବରଦରାଜଙ୍କୁ ମନ୍ଦ ବୁଦ୍ଧି ବାଳକ ବୋଲି କୁହାଯାଉଥିଲା । ବରଦରାଜ ନିଜର ଗୁରୁ ଙ୍କ ‘ସିଦ୍ଧାନ୍ତକୌମୁଦି’ ଉପରେ ୩ ଗ୍ରନ୍ଥ ରଚନା କରିଛନ୍ତି । ଏହି ଗ୍ରନ୍ଥର ନାମ ଯଥାକ୍ରମେ ‘ମଧ୍ୟସିଦ୍ଧାନ୍ତକୌମୁଦି, ଲଘୁସିଦ୍ଧାନ୍ତକୌମୁଦି ଏବଂ ସାରକୌମୁଦି ଅଟେ ।

ୟୋପଦେବ : ୟୋପଦେବ, ଦେବଗିରୀର ଯାଦବ ରାଜାଙ୍କ ପ୍ରସିଦ୍ଧ ମନ୍ତ୍ରୀ ହିମାଦ୍ରି ର ସମକାଳୀନ ଥିଲେ । ସେ ଯାଦବ ରାଜାଙ୍କ ଦରବାରରେ ମାନ୍ୟଗଣ୍ୟ ବିଦ୍ୱାନଙ୍କ ମଧ୍ୟରୁ ଜଣେ ଥିଲେ । ତାଙ୍କର ଗ୍ରନ୍ଥ ‘ମୁଗ୍ଦବୋଧ’ ଏକ ପ୍ରସିଦ୍ଧ ବ୍ୟାକରଣ ଗ୍ରନ୍ଥ । ୟୋପଦେବ ‘ମୁକ୍ତାଫଳ’ ଓ ‘ହରିଲୀଳା’ ନାମକ ଗ୍ରନ୍ଥ ମଧ୍ୟ ରଚନା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.