Below header

ଦେବଦୂତ ସାଜିଲେ ଆମ୍ବୁଲାନ୍ସ ଡ୍ରାଇଭର : ଗର୍ଭବତୀଙ୍କୁ ୮କିଲୋମିଟର ଷ୍ଟ୍ରେଚରରେ ବୋହି ଆଣିଲେ

ମାଲକାନଗିରି(କେନ୍ୟୁଜ୍) : ଦେବଦୂତ ସାଜିଲେ ଆମ୍ବୁଲାନ୍ସ ଡ୍ରାଇଭର। ୮କିଲୋମିଟର ଷ୍ଟ୍ରେଚରରେ ବୋହି ଆଣିଲେ ଗର୍ଭବତୀ ମହିଳାଙ୍କୁ। ମାଲକାନଗିରି କରୁକୋଣ୍ଡା ବ୍ଲକ ମନ୍ତ୍ରିପୁଟ ଗାଁର ଜଣେ ଗର୍ଭବତୀ ମହିଳା ଯନ୍ତ୍ରଣାରେ ଛଟପଟ ହେଉଥିଲେ। ପ୍ରସବ ପୀଡାରେ ମହିଳାଙ୍କର ସ୍ବାସ୍ଥ୍ୟବସ୍ଥା ଅଧିକ ଖରାପ ହେବାରେ ଲାଗୁଥିଲା। ତେବେ ମହିଳାଙ୍କୁ ଡାକ୍ତରଖାନା ନେବା ପାଇଁ ଗାଁଲୋକେ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ।

କିନ୍ତୁ ରାସ୍ତା ଖରାପ ଥିବାରୁ ଆମ୍ବୁଲାନ୍ସ ଗାଁରେ ପହଞ୍ଚି ପାରିନଥିଲା। ତେବେ ଆମ୍ବୁଲାନ୍ସ ଡ୍ରାଇଭର ଜଣକ ମହାନୀୟତା ଦେଖାଇ ନିଜେ ଗର୍ଭବତୀଙ୍କୁ ଷ୍ଟ୍ରେଚରରେ ବୋହି ଆମ୍ବୁଲାନ୍ସରେ ଆଣି ବାଲିମେଳା ମେଡିକାଲରେ ଭର୍ତ୍ତି କରାଇଥିଲେ। ସେଠାରେ ମହିଳା ଜଣକ ଏକ ଶିଶୁ କନ୍ୟା ଜନ୍ମ ଦେଇଛନ୍ତି। ମାଆ ଓ ଝିଅ ଉଭୟ ଏବେ ସୁସ୍ଥ ଅଛନ୍ତି। ତେବେ ଆମ ମନରେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଉପରେ ଥିବା ସମସ୍ତ ଖରାପ ଧାରଣା ଦୂର ହୋଇଗଲା।

କାରଣ ଅନେକ ଘଟଣାରେ ଆମେ ଦେଖିଛୁ ଆମ୍ବୁଲାନ୍ସକୁ ଫୋନ କରିବା ପରେ ମଧ୍ୟ ସେମାନେ ବିଳମ୍ବରେ କିମ୍ବା ଫୋନ ଉଠାଇ ନଥାନ୍ତି କିନ୍ତୁ ମାଲକାନଗିରିର ଏହି ଆମ୍ବୁଲାନ୍ସ ଡ୍ରାଇଭର ଜଣକ ନିଜର ମାନବିକତାର ପ୍ରମାଣ ଦେଥଛନ୍ତି। ଆମ୍ବୁଲାନ୍ସ ଡ୍ରାଇଭରଙ୍କ ସାହାଯ୍ୟରେ ମହିଳା ଜଣକ ଯନ୍ତ୍ରଣାରୁ ମୁକ୍ତି ପାଇ ନିଜ ସନ୍ତାନ ସହିତ ସୁସ୍ଥ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.