ବିବାହ କାର୍ଡ ସେୟାର୍ କଲେ କପିଲ୍ ଶର୍ମା, ଜାଣନ୍ତୁ କେବେ ପ୍ରେମିକାଙ୍କୁ କରିବେ ପତ୍ନୀ

ବଲିଉଡରେ ଚାଲିଛି ବିବାହ ଋତୁ । ଦୀପବୀରଙ୍କ ପରେ ଡିସେମ୍ବର ୨ ରେ ବିବାହ କରିବେ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା । ଆଉ ଏବେ ପୁଣି ଜଣେ ସେଲିବ୍ରିଟିଙ୍କ ବିବାହ ତାରିଖ ଘୋଷଣା ସହ ସାମ୍ନାକୁ ଆସିଛି ନିମନ୍ତ୍ରଣ ପତ୍ର । ଇନଷ୍ଟାଗ୍ରାମରେ ନିଜ ବିବାହ କାର୍ଡ ସେୟାର୍ କରିଛନ୍ତି କମେଡି କିଙ୍ଗ କପିଲ୍ ଶର୍ମା । ଡିସେମ୍ବର ୧୨ ରେ ଦୀର୍ଘ ଦିନର ପ୍ରେମିକା ଗିନ୍ନିଙ୍କୁ ନିଜ ଜୀବନସାଥୀ କରିବେ କପିଲ୍ ।

ଏହା ସହ ପଢନ୍ତୁ ସିଲଭର୍ ସିଟି ଆସିବେ ସୁଲତାନ୍, ଭିଡିଓ ଜରିଆରେ ନିଜେ କହିଲେ ସଲମାନ୍

କପିଲ୍ କାର୍ଡରେ ଲେଖିଛନ୍ତି : ଆମେ ଏହା ଜଣାଇବାକୁ ଖୁସି ଲାଗୁଛି ଯେ ୧୨ ଡିସେମ୍ବରରେ ମୁଁ ଆଉ ଗିନ୍ନି ପ୍ରେମ ଏବଂ ସମ୍ମାନର ସହ ନିଜ ଜୀବନର ନୂଆ ଯାତ୍ରା ଆରମ୍ଭ କରିବାକୁ ଯାଉଛୁ । ଆମେ ସେ ସମସ୍ତ ଲୋକଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛୁ ଯିଏ ଆମ ସହ ରହିଛନ୍ତି । ଆମେ ସମସ୍ତଙ୍କର ଆଶୀର୍ବାଦ ଏବଂ ଶୁଭକାମନା ଅପେକ୍ଷାରେ । ଶୁଣିବାକୁ ମିଳିଛି ହିନ୍ଦୁ ରୀତିନୀତି ଅନୁଯାୟୀ ହେବ କପିଲଙ୍କ ବିବାହ । ତେବେ ବିବାହର ଉତ୍ସବ ୧୦ ଡିସେମ୍ବରରୁ ଆରମ୍ଭ ହେବ ।

 

 

View this post on Instagram

 

Need ur blessings 😊🙏

A post shared by Kapil Sharma (@kapilsharma) on

ଯେତେବେଳେ କପିଲ୍ ନିଜ କ୍ୟାରିୟର୍ ଆରମ୍ଭ କରୁଥିଲେ ସେ ସମୟରେ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ ଗିନ୍ନିଙ୍କ ବାପା । ହେଲେ ସେବେଠାରୁ ଆଜି ଯାଏଁ କପିଲଙ୍କୁ ବିବାହ କରିବାକୁ ଅପେକ୍ଷା କରିଥିଲେ ଗିନ୍ନ । ଏପରିକି କପିଲଙ୍କ ଖରାପ ସମୟରେ ମଧ୍ୟ ତାଙ୍କ ହାତ ଛାଡି ଯାଇନଥିଲେ ପ୍ରେମିକା ଗିନ୍ନି ।

ପୁଣି ଥରେ ଧମାଲ୍ ମାଚାଇବେ କପିଲ୍ – ସୁନୀଲ୍ , ଏହି ସୋ ଜରିଆରେ କମ୍ ବ୍ୟାକ୍ କରୁଛନ୍ତି କମେଡିର ସୁପରହିଟ୍ ଯୋଡି

ଅନ୍ୟପଟେ ଶୁଣିବାକୁ ମିଳିଛି ପୁଣି ଥରେ ଧମାଲ୍ ମଚାଇବ କପିଲ୍ ଏବଂ ଗୁଥିଙ୍କ ଯୋଡି । ଅର୍ଥାତ୍ ପୁଣି ଥରେ ଟିଭି ପରଦାକୁ ଏକାଠି ଆସୁଛନ୍ତି କମେଡି କିଙ୍ଗ୍ କପିଲ୍ ଶର୍ମା ଏବଂ ସୁନୀଲ୍ ଗ୍ରୋଭର୍ ।

ଏହା ସହ ପଢନ୍ତୁ ଆରପାରିରେ ଲୋକପ୍ରିୟ ଗାୟକ ମହମ୍ମଦ ଅଜିଜ୍

ମିଳିଥିବା ସୂଚନା ଅନୁସାରେ ନିଜର ନୂଆ ସୋ ଦ କପିଲ୍ ଶର୍ମା ସୋ ସିଜିନ୍ ୨ ଜରିଆରେ କମ୍ ବ୍ୟାକ୍ କରୁଛନ୍ତି କମେଡି କିଙ୍ଗ୍ । ଆଉ କପିଲଙ୍କ ସହ ଏଣ୍ଟ୍ରି କରିବେ ସୁନୀଲ୍ । ତେବେ ସବୁଠାରୁ ବଡ଼ କଥା ହେଉଛି ଏହି ଦୁଇ ଜଣଙ୍କ ମିଳନ କରିଛନ୍ତି ବଲିଉଡ୍ ସୁଲତାନ୍ ସଲମାନ୍ ଖାନ୍ । ଉଭୟଙ୍କ ମଧ୍ୟରେ ଥିବା ତିକ୍ତତା ଏବଂ ମନୋମାଳିନ୍ୟକୁ ଦୂର କରିଦେଇଛନ୍ତି ଭାଇଜାନ୍ ।

Salman-Khan-Kapil-Sharmaକପିଲ୍ ଶର୍ମାଙ୍କ ଏହି ନୂଆ ସୋକୁ ପ୍ରଡ୍ୟୁସ୍ କରୁଛନ୍ତି ନିଜେ ଭାଇଜାନ୍ । ତେଣୁ ସୋକୁ ଆସିବା ପାଇଁ ସୁନୀଲଙ୍କୁ ମନାଇଛନ୍ତି ସଲମାନ୍ । ଅନ୍ୟପଟେ ସଲମାନଙ୍କ ଫିଲ୍ମ ଭାରତରେ ମଧ୍ୟ କାମ କରୁଛନ୍ତି ସୁନୀଲ୍ । ତେଣୁ ସଲମାନଙ୍କ କଥାକୁ ଟାଳପାରିଲେନି ଗୁଥି । ଆଉ କପିଲଙ୍କ ସହ କାମ କରିବାକୁ ରାଜି ହୋଇଗଲେ ।

ଏହି ଖବର ପରେ ସ୍ପଷ୍ଟ ହୋଇଗଲା ଯେ ଏବେ ପୁଣି ଥରେ ଧମାଲ୍ ମଚାଇବ ଏହି ଯୋଡି । ଯାହାକୁ ଦୀର୍ଘ ଦିନ ଧରି ମିସ୍ କରୁଥିଲେ ଦର୍ଶକ । କାରଣ ଯଦିଓ କପିଲ୍ କମେଡି କିଙ୍ଗ ସିଂହାସନରେ ବସିଛନ୍ତି ତଥାପି ବିନା ଡକ୍ଟର ଗୁଲାଟିରେ ଯେମିତ ଏହା ଅଧୁରା । ଏମିତି ଲାଗେ ଯେମିତି ପରସ୍ପର ବ୍ୟତୀତ ଅସମ୍ପୂର୍ଣ୍ଣ କପିଲ୍ ଏବଂ ସୁନୀଲ୍ । ଏବେ ଏହି ଯୋଡି ଏକାଠି ହୋଇ ପୁଣି ଦର୍ଶକଙ୍କୁ ଯୋଗାଇବେ ମନୋରଞ୍ଜନର ଖୋରାକ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.