Below header

ଉଜାଡିଗଲା ଚାଷୀଙ୍କ ଭାତହାଣ୍ଡି: ବନ୍ୟା ଜଳ ସହିତ ବିଷାକ୍ତ ତେଲ ମିଶି ହେକ୍ଟର ହେକ୍ଟର ଚାଷ ଜମି ନଷ୍ଟ

ଯାଜପୁର ଟାଉନ୍ : ବନ୍ୟା ଉଜାଡିଦେଲା ଚାଷୀଙ୍କ ଭାତହାଣ୍ଡି । ବନ୍ୟା ସାଂଗକୁ ଦାଉ ସାଜିଲା ବିଷାକ୍ତ ତେଳ । ବନ୍ୟା ଜଳ ସହିତ ବିଷାକ୍ତ ତେଲ ମିଶି ହେକ୍ଟର ହେକ୍ଟର ଚାଷ ଜମିକୁ ସଂପୁର୍ଣ୍ଣ ବିଶାକ୍ତ କରିଦେଇଛି । ଧାନ ଠାରୁ ଆରମ୍ଭ କରି ବିଭିନ୍ନ ପନିପରିବା ଚାଷ ସଂପୁର୍ଣ୍ଣ ଉଜୁଡିଯାଇଛି । ବର୍ଷକର ପରିଶ୍ରମର ପଂଳକୁ ଚାହିଁ ବସିଥିବା ଚାଷି ମୁଣ୍ଡରେ ହାତ ଦେଇ ବସିରହିଛି ।  ଯାଜପୁର ବ୍ଲକ ଛତିଶ ଦେବିଲ ଏବଂ ଋଷିପୁର ଅଂଚଳର ଦେଖିବାକୁ ମିଳିଛି ଏହି ଦୃଶ୍ୟ । ଗାଁ ମୁଣ୍ଡରେ ରହିଥିବା ମେଗା ପାନୀୟ ଜଳ ପ୍ରକଳ୍ପ କାମ ଚାଲୁଛି । ଏହି ଅଂଚଳରେ ରହିଥିବା ବିଶାକ୍ତ ତେଲ ବ୍ୟାରେଲ ଗୁଡିକ ବନ୍ୟା ଜଳରେ ଭାସି ଗାଁ ର ଚାଷ ଜମିରେ ମାଡିଯାଇଥିଲା । ପଂଳରେ ଚାଷୀଙ୍କ ପଂସଲ ସଂପୁର୍ଣ୍ଣ ଉଜୁଡିଯାଇଛି । ପ୍ରକଳ୍ପ କାମ ନେଇଥିବା କଂପାନି ନିକଟରେ ଚାଷୀ ଅଭିଯୋଗ କଲେ ମିଳୁଛି ଧମକ ଚମକ ।

ପ୍ରତିବର୍ଷ ଏହି ଅଚଂଳକୁ ବନ୍ୟା ଜଳ ଆସିଥାଏ । କିନ୍ତୁ ବନ୍ୟାରେ କୌଣସି କ୍ଷତି ହୋଇନଥାଏ । କିନ୍ତୁ ଚଳିତ ବର୍ଷ ବନ୍ୟା ଜଳରେ ଏହି ବିଶାକ୍ତ ତେଲ ମିଶିବା ଦ୍ୱାରା ଏପରି କ୍ଷତି ହୋଇଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି । ବିଶାକ୍ତ ତେଲର ପ୍ରଭାବରେ ମାଟି ଉପରେ ଏକ ଆସ୍ତରଣ ଜମି ରହିଛି । ବିଭିନ୍ନ ଫସଲର ମୂଳ ପଚି ସଂପୁର୍ଣ୍ଣ ନଷ୍ଟ ହୋଇଯାଇଛି । ବନ୍ୟା ଜନିତ କ୍ଷୟକ୍ଷତି ପାଇଁ ସରକାରଙ୍କ ପକ୍ଷରୁ କ୍ଷତିପୁରଣ ଦେବାର ବ୍ୟବସ୍ଥା ରହିଛି ସତ କିନ୍ତୁ ବିଷାକ୍ତ ତେଲ ଯୋଗୁଁ ଜମି ଗୁଡିକ ନିଜର ଉର୍ବରତା ହରାଇଥିବାରୁ କଂପାନି କର୍ତୁପକ୍ଷଙ୍କ ଠାରୁ କ୍ଷତିପୁରଣ ଦାବୀ କରିଛନ୍ତି ଗ୍ରାମବାସୀ । ଏ ନେଇ ଗ୍ରାମବାସୀଙ୍କ ପକ୍ଷରୁ ଜିଲା ପ୍ରଶାସନ ଓ କୃଷି ଅଧିକାରୀଙ୍କୁ ଅବଗତ କରାଯାଇଛି । ସେପଟେ ଏପରି ଅଭିଯୋଗ ପାଇବା ପରେ ଏହାର ଅନୁଧ୍ୟାନ କରାଯିବା ପରେ ଯାହା କିଛି ନିଷ୍ପତି ନିଆଯିବ ବୋଲି ଜିଲା କୃଷି ଅଧିକାରୀ କହିଛନ୍ତି ।

ବନ୍ୟା ଆସିବା ପୂର୍ବରୁ ସରକାର ସମସ୍ତଙ୍କୁ ପ୍ରସ୍ତୁତ ରହିବାକୁ ସତର୍କ କରିଥିଲେ । କିନ୍ତୁ ଏଠାରେ ମେଗା ପ୍ରକଳ୍ପ ପାଇଁ କାମ ନେଇଥିବା ଠିକା କଂପାନି କିଭଳି ଖାମଖିଆଲି ମନୋଭାବ ପୋଷଣ କଲା ଯାହାର ପରିଣାମ ଭୋଗିଲେ ଗ୍ରାମବାସୀ । ସେଥିପାଇଁ ଠିକା କଂପାନି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହିତ କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ କ୍ଷତିପୁରଣ ପ୍ରଦାନ କରିବାକୁ ଦାବି ହୋଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.