Maruti Balenoକୁ ପଛରେ ପକାଇବ ହ୍ୟୁଣ୍ଡାଇର ଏହି ଦମଦାର କାର, ମୂଲ୍ୟ ୬ ଲକ୍ଷ ଟଙ୍କାରୁ ଆରମ୍ଭ

ଦକ୍ଷିଣ କୋରିଆ ବାହନ ନିର୍ମାତା କମ୍ପାନୀ ହ୍ୟୁଣ୍ଡାଇ ଭାରତରେ ଜଲଦି ନିଜର ନୂଆ ସିରିଜର Hyundai i20 ହ୍ୟାଚବ୍ୟାକକୁ ଲଞ୍ଚ କରିବାକୁ ଯାଉଛି। ଏଥିପାଇଁ କମ୍ପାନୀର ଡିଲର ବୁକିଙ୍ଗ କରିବା ମଧ୍ୟ ଆରମ୍ଭ କରିଦେଲେଣି। ଗତ କିଛି ମାସରେ ଏହି କାରକୁ ଅନେକ ଥର ଟେଷ୍ଟିଙ୍ଗ ସମୟରେ ଦେଖାଯାଇସାରିଛି। ରିପୋର୍ଟ ଅନୁଯାୟୀ ଏହି କାରକୁ କମ୍ପାନୀ ଦୀପାବଳୀ ଆଖପାଖରେ ଲଞ୍ଚ କରିବ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏବେ କେବଳ ଡିଲର ଦ୍ୱାରା ହିଁ ଏହି କାରର ବୁକିଂ କରାଯାଉଛି। କମ୍ପାନୀ ପକ୍ଷରୁ ଏବ ବୁକିଙ୍ଗକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

ପୂର୍ବ ଅପେକ୍ଷା ଲୁକରେ ଅଧିକ ଆକର୍ଷକ ହେବ ଏହି କାର

ନୂଆ Hyundai i20 ଆଉଟଗୋଇଙ୍ଗ୍‌ ମଡେଲ ତୁଳନାରେ ଅଧିକ ପ୍ରିମିୟମ ହେବା ସହିତ ଏଥିରେ ଏଲଇଡି ଡିଆରଏଲଏସ ସହିତ ଚଙ୍କି ହ୍ୟାଣ୍ଡଲପମ୍ପସ ଦ୍ୱାରା ଫ୍ଲାଙ୍କ କରାଯାଇଥିବା ବଡ କେଷ୍କୋଡିଙ୍ଗ ଗ୍ରେଲ ସହିତ ଫ୍ରଣ୍ଟ ଆଣ୍ଡକୁ ପୁଣି ଥରେ ପ୍ରସ୍ତୁତ କରାଯାଇଛି। ଏହି ନୂଆ ଦମଦାର କାରର ବଡିରେ ଚାରୋଟି କ୍ରୋମ ଓ୍ଵିଣ୍ଡୋ ଲାଇନ, ବ୍ଳାକ ଆଉଟ ଓ୍ଵିଙ୍ଗ ମିରର, ମଜବୁତ ବେଲ୍ଟ ଲାଇନ ଏବଂ ସାର୍କ ଫିନ ଆଣ୍ଟିନା ଦିଆଯାଇଛି। ଯାହା ଏହାର ସାଇଡ ପ୍ରୋଫାଇଲକୁ ଅଧିକ ଆକର୍ଷକ କରୁଛି। ରିୟରରେ ବ୍ଲାକ ଫିନିସ ସହିତ ଟେଲଗେଟ, ଏକ ହାଲକା ପଟ୍ଟି ମାଧ୍ୟମରେ ଜଡିତ ଏଲଇଡି ଟେଲଲ୍ୟାମ୍ପସ ଦିଆଯାଇଛି।

ପ୍ରିମିୟମ ଫିଚର୍ସ ରୁ ହେବ ଲେସ

ବର୍ତ୍ତମାନର ପିଢ଼ୀ ତୁଳନାରେ ୨୦୨୦ ହ୍ୟୁଣ୍ଡାଇ  i20ରେ ଅଧିକ ଅପମାର୍କେଟ ଫିଚର୍ସ ଦିଆଯିବ। ଯେଉଁଥିରେ ସବୁଠାରୁ ବଡ ପରିବର୍ତ୍ତନ ଇଞ୍ଚର ଟଚସ୍କ୍ରିନ ଇନଫୋଟେନମେଣ୍ଟ ସିଷ୍ଟମ ରୂପରେ ହେବ। ଏହି ଇମଫୋମେଣ୍ଟ ସିଷ୍ଟମ ଆପଲ କାର ପ୍ଲେ ଏବଂ ଆଣ୍ଡ୍ରଏଡ ଅଟୋକୁ ସପୋର୍ଟ କରିବ। ସେହିପରି ହ୍ୟୁଣ୍ଡାଇର ଅନ୍ୟ କାର ଭଳି ଏହି କାରରେ ମଧ୍ୟ କମ୍ପାନୀ ବ୍ଲିଲିଙ୍କ ଟେକନିକର ବ୍ୟବହାର କରାଯିବ। ଏହାସହିତ ଏଥିରେ ୮ ସ୍ପିକର ସେଟଅପ ସହିତ ବୋସ ସାଉଣ୍ଡ ସିଷ୍ଟମ, ଓ୍ଵୟାରଲେସ ଚାର୍ଜର, ଏୟାର ପ୍ୟୁରିଫାୟର ଓ୍ଵିଥ୍‌ ଓ୍ଵୟାରଲେସ ପ୍ରୋଟେକସନ, ଡିଜିଟାଲ ଇନସ୍ତୃମେଣ୍ଟ କନସୋଲ ଏବଂ ଲେଦର ରାପିଙ୍ଗ ଷ୍ଟିୟରିଂ ହ୍ଵିଲ ଭଳି ଫିଚର୍ସ ମଧ୍ୟ ଅନବୋର୍ଡ ହୋଇପାରେ।

ପ୍ରୋଟେକସନ ପାଇଁ ୨୦୨୦ ହ୍ୟୁଣ୍ଡାଇ ରେ ୧.୨ ଲିଟରର ପେଟ୍ରୋଲ, ୧.୦ଲିଟରର ଟର୍ବୋ ପେଟ୍ରୋଲ ଏବଂ ୧.୫ ଲିଟରର ଡିଜେଲ ମୋଟର ଦିଆଯାଇଛି। ଯେଉଁଥିରେ ମାନୁଆଲ ଗିୟରବକ୍ସକ ମଡେଲ ଲାଇନଅପରେ ଷ୍ଟାଣ୍ଡାର୍ଡ ରଖାଯିବ। ସେହିପରି ଟର୍ବୋ-ପେଟ୍ରୋଲକୁ ବିଶେଷ ରୂପରେ ଡିସିଟି ଏଏମଟି ଗିୟରବକ୍ସ ସହିତ ଲଞ୍ଚ କରାଯିବ। ମିଡିଆ ରିପୋର୍ଟ ଅନୁଯାୟୀ ନୂଆ ଟର୍ବୋ ପେଟ୍ରୋଲ ଉପରେ ର ଲଞ୍ଚ ମଧ୍ୟ କରାଯାଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.