Below header

ପଟ୍ଟାମୁଣ୍ଡାଇ ସଂସାରଫଳ ଗାଁରେ କାଉ ମଡ଼କ

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡା ବ୍ଲକ ସଂସାରଫଳ ଗାଁରେ କାଉ ମଡ଼କ । ଗାଁର ବିଭିନ୍ନ ସ୍ଥାନରେ କାଉ ମରି ପଡ଼ିଥିବା ଦେଖାଯାଇଛି । ୧୦୦ରୁ ଉର୍ଦ୍ଧ୍ବ କାଉ ମରି ପଡ଼ିଥିବା ଦେଖି ଏହା ବାର୍ଡ ଫ୍ଲୁ ନା କେଉଁ ଅଜଣା ରୋଗରେ ମରିଛନ୍ତି ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

ପଟ୍ଟାମୁଣ୍ଡା : କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ସଂସାରଫଳ ଗାଁରେ କାଉ ମଡ଼କ । ଗାଁର ବିଭିନ୍ନ ସ୍ଥାନରେ କାଉ ମରି ପଡ଼ିଥିବା ଦେଖାଯାଇଛି । ୧୦୦ରୁ ଉର୍ଦ୍ଧ୍ବ କାଉ ମରି ପଡ଼ିଥିବା ଦେଖି ଏହା ବାର୍ଡ ଫ୍ଲୁ ନା କେଉଁ ଅଜଣା ରୋଗରେ ମରିଛନ୍ତି ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

ଏହି ସମୟରେ ଭିତରକନିକାରେ ବିଦେଶାଗତ ପକ୍ଷୀ ଲକ୍ଷାଧିକ ସଂଖ୍ୟାରେ ଭିଡ ଜମାଇଥିବାରୁ ବାର୍ଡ ଫ୍ଲୁ ହୋଇଥାଇପାରେ ସେମାନଙ୍କ ରକ୍ତ ନମୁନା ପରୀକ୍ଷା କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି । ଅନ୍ୟପଟେ ଜିଲ୍ଲା ପ୍ରାଣୀ ଚିକିତ୍ସିକ ଓ ଏକ ଟିମ ଘଟଣା ସ୍ଥଳରେ ପହଞ୍ଚି ମୃତ କାଉଙ୍କ ରକ୍ତ ନମୁନା ସହିତ ଦୁଇଟି କାଉକୁ ପରୀକ୍ଷା ପାଇଁ ଲ୍ୟାବକୁ ପଠା ଯାଇଥିବା ବେଳେ ବାକି ମୃତ କାଉଙ୍କୁ ପୋତି ଦିଆଯାଇଥିଲା ।

ଏହା କୌଣସି ବାର୍ଡ଼ ଫ୍ଲୁ ନୁହେଁ ଓ ଅଧିକ ଆତଙ୍କିତ ନହେବା ପାଇଁ ସ୍ଥାନୀୟ ବାସୀଙ୍କୁ ନିବେଦନ କରିଥିଲେ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ । ରିପୋର୍ଟ ଆସିଲା ପରେ କାଉ ମୃତ୍ୟୁର ରହସ୍ୟ ଜଣାପଡିବ ବୋଲି ଜିଲ୍ଲା ସହକାରୀ ପ୍ରାଣୀ ଚିକିତ୍ସିକ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.