ଆମାଜନର Great Republic Day Sale: ଡିସକାଉଣ୍ଟରେ ମିଳୁଛି iPhone 14, ଜାଣନ୍ତୁ ଡିଟେଲ୍ସ

ଏହି ସେଲରେ ବିଭିନ୍ନ ପ୍ରଡକ୍ଟ ଉପରେ ଡିସକାଉଣ୍ଟ ରହିଛି । କିନ୍ତୁ iPhone 14 ମଡେଲରେ ଅଧିକ ଡିସକାଉଣ୍ଟ ଦିଆଯାଉଛି । ଯେଉଁଥି ପାଇଁ ୟୁଜର୍ସଙ୍କୁ ବର୍ତ୍ତମାନ ବହୁତ କମ୍ ଦାମ୍‌ ରେ ଆଇଫୋନ ମିଳିଯିବ ।

ଆମାଜନର Great Republic Day Sale ୨୦୨୪ ଭାରତରେ ଆରମ୍ଭ ହୋଇଯାଇଛି ଏବଂ ଏହା ୧୩ ଜାନୁଆରୀ ରୁ ୧୮ ଜାନୁୟାରୀ ପର୍ଯ୍ୟନ୍ତ ଚାଲିବ । ଏହି ସେଲରେ ବିଭିନ୍ନ ପ୍ରଡକ୍ଟ ଉପରେ ଡିସକାଉଣ୍ଟ ରହିଛି । କିନ୍ତୁ iPhone 14 ମଡେଲରେ ଅଧିକ ଡିସକାଉଣ୍ଟ ଦିଆଯାଉଛି । ଯେଉଁଥି ପାଇଁ ୟୁଜର୍ସଙ୍କୁ ବର୍ତ୍ତମାନ ବହୁତ କମ୍ ଦାମ୍‌ ରେ ଆଇଫୋନ ମିଳିଯିବ । ଯଦି ଆପଣ ମଧ୍ୟ iPhone 14 ମଡେଲ୍ କିଣିବାକୁ ଚାହୁଁଛନ୍ତି ଏବଂ ଆପଣଙ୍କ ବଜେଟ୍ କମ୍‌ ଅଛି , ତେବେ ବର୍ତ୍ତମାନ ଆପଣ କମ୍ ମୂଲ୍ୟରେ ହିଁ iPhone 14 କିଣି ପାରିବେ ।

ଡିସକାଉଣ୍ଟ ବିଷୟରେ କହିବାକୁ ଗଲେ iPhone 14 ରେ ଗ୍ରାହକଙ୍କୁ ଭଲ ଡିସକାଉଣ୍ଟ ଦିଆଯାଉଛି । ଏହାର ମୂଳ ଦାମ ୭୯, ୯୦୦ ଟଙ୍କା କିନ୍ତୁ ବର୍ତ୍ତମାନ ଆମାଜନରେ ଦିଆଯାଉଥିବା ଡିସକାଉଣ୍ଟରେ ଆପଣ ଏଥିରେ ୨୯ ପ୍ରତିଶତ ଡିସକାଉଣ୍ଟ ପାଇବେ ।

iPhone 14 ସ୍ପେସିଫିକେସନ୍‌ :

ଆପଲ୍ iPhone 14 ହେଉଛି ଏକ ଦମଦାର ଡିଭାଇସ୍‌, ଯେଉଁଥିରେ ଅନେକ ଫିଚ୍ଚର୍ସ ରହିଛି । ଏଥିରେ ୬.୧ ଇଞ୍ଚର ସୁପର ରେଟିନା XDR OLED ଡିସପ୍ଲେ ଅଛି । ସିକ୍ୟୁର୍‌ ଅନଲକ୍ ପାଇଁ ଡିଭାଇସ୍ ରେ ଏକ ଫେସ୍ ଆଇଡି ସେନ୍ସର ଆସୁଛି ।

ଏହି ଫୋନରେ ଭିନ୍ନ ଭିନ୍ନ ଷ୍ଟୋରେଜ୍ ଅପ୍ସନ୍ ରହିଛି, ଯେପରିକି ୧୨୮ ଜିବି, ୨୫୬ ଜିବି ଏବଂ ୫୧୨ ଜିବି । ଯାହା ଦ୍ୱାରା ଆପଣ ନିଜର ସମସ୍ତ ଫାଇଲ୍ ଏବଂ ଆପ୍ ରଖି ପାରିବେ । iPhone 14ରେ ୧୨MP ର ଡୁଆଲ୍ କ୍ୟାମେରା ସେଟଅପ୍ ଅଛି । ଭିଡିଓ ରେକର୍ଡିଂ ପାଇଁ ଡିଭାଇସ୍ ଡଲବି ଭିଜନକୁ ସପୋର୍ଟ କରୁଛି । ଏହି ଆଇଫୋନ୍‌ କିଣି ଆପଣ ଟଙ୍କା ବଞ୍ଚାଇ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.