Below header

ବାସୁଦେବପୁର: ଲକ୍ଷାଧିକ ଟଙ୍କା ହେରଫେର ଅଭିଯୋଗରେ ମିଶନ ଶକ୍ତି କାର୍ଯ୍ୟାଳୟ ଘେରିଲେ ଶତାଧିକ ମହିଳା

ବାସୁଦେବପୁର(କେନ୍ଯୁଜ୍): ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବିରସ ପଂଚାୟତର ଥିବା ମହିଳା ମହା ସଂଘର ସଂପାଦିକା ଲକ୍ଷାଧିକ ଟଙ୍କା ହଡପ କରିଥିବା ଘଟଣାରେ ଶତାଧିକ ମହିଳା ଅଭିଯୋଗ କରିବା ସହିତ ପଂଚାୟତ କାର୍ଯ୍ୟାଳୟକୁ ତାଲା ପକାଇଥିଲେ। ହେଲେ ଉକ୍ତ ଘଟଣା ପଂଚାୟତରେ ନବୁଝିବାରୁ ଆଜି ପଂଚାୟତରେ ଥିବା ୭୨ଟି ମହିଳା ମହାସଂଘ ମଧ୍ୟରୁ ୩୦ଟି ମହିଳା ଗ୍ରୁପର ଶତାଧିକ ମହିଳାମାନେ ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ମିଶନ ଶକ୍ତି କାର୍ଯ୍ୟାଳୟକୁ ଘେରାଉ କରିଥିଲେ । କରୋନା ପାଇଁ ଗ୍ରୁପରେ ଥିବା ସଦସ୍ୟ ମାନଙ୍କ ପାଇଁ ୮ ହଜାର ଟଙ୍କା ଆସିଥିବା ସହିତ କେତେକ ସଦସ୍ୟଙ୍କୁ ବଣ୍ଟା ଯାଇଥିବା ଖବର ପାଇ ମହିଳା ମହାସଂଘର ସଂପାଦିକାଙ୍କୁ ପଚାରିଥିଲେ । କିନ୍ତୁ ସଂପାଦିକା କିଛି କହିବା ଆଗରୁ ତାଙ୍କ ସ୍ୱାମି ଓ ଏମବିକେ ମହିଳା ଗୋଷ୍ଟିର ସଦସ୍ୟ ମାନଙ୍କୁ ଗାଳି ଗୁଲଜ କରି ମହିଳା ମହାସଂଘ କାର୍ଯ୍ୟାଳୟରୁ ବାହାର କରିଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି ଗୋଷ୍ଟି ସଦସ୍ଯ । ପରେ ସେଠାରୁ ସନ୍ତୋଷଜନକ ଉତ୍ତରନପାଇବାରୁ ଆଜି ବ୍ଲକକୁ ଶତାଧିକ ମହିଳା ଆସି ବିଡିଓଙ୍କୁ ଘେରିବା ସହିତ ଘଟଣା ସଂପର୍କରେ ପଚାରିଥିଲେ । ଉକ୍ତ ଘଟଣାରେ ପ୍ରକୃତ ସତ୍ୟତା କଣ ତାହା ଆମେ ତଦନ୍ତ ଚଲାଇଛୁ ବୋଲି ବିଡିଓ ପ୍ରଣବ କୁମାର ବେହେରା କହିବା ପରେ ମହିଳା ମାନେ ଧାରଣା ପ୍ରତ୍ୟାହାର କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.