Below header

ଗୁରୁବାର ଏହି କାମ କରିବା ଦ୍ୱାରା ପ୍ରସନ୍ନ ହୋଇଥାନ୍ତି ଭଗବାନ ବିଷ୍ଣୁ, ଦିଅନ୍ତି ଶୁଭଫଳ

ଧାର୍ମିକ ମାନ୍ୟତା ଅନୁସାରେ ଗୁରୁବାରକୁ ବିଷ୍ଣୁଙ୍କ ଦିନ କୁହାଯାଏ। ଏହି ଦିନ ବିଧି ବିଧାନ ଅନୁସାରେ ଭଗବାନ୍‌ ବିଷ୍ଣୁଙ୍କ ପୂଜା କରାଯାଏ। ଗୁରୁବାର ବିଷ୍ଣୁଙ୍କ ପୂଜା କରିବା ଦ୍ୱାରା ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ। ଆସନ୍ତୁ ଜାଣିବା ଏହି ଦିନ କ’ଣ କରିବା ଦ୍ୱାରା ବିଷ୍ଣୁ ପ୍ରସନ୍ନ ହୋଇଥାନ୍ତି…

Lord Vishnu - Facts, Avatars, Mantra, Temples, Festivals, Family ...

  • ଗୁରୁବାର ସକାଳୁ ଉଠି ବିଷ୍ଣୁ ଓ ମହାଲକ୍ଷ୍ମୀଙ୍କୁ ପୂଜା କରିବା ଦ୍ୱାରା ଠାକୁର ପ୍ରସନ୍ନ ହୋଇଥାନ୍ତି।
  • ବିଷ୍ଣୁଙ୍କର ସବୁଠୁ ପ୍ରିୟ ହେଉଛି ତୁଳସୀ। ଏହି ଦିନ ବିଷ୍ଣୁଙ୍କୁ ତୁଳସୀ ଅର୍ପଣ କରନ୍ତୁ। ପୁରାଣ ଅନୁସାରେ ବିଷ୍ଣୁଙ୍କୁ ତୁଳସୀ ଅର୍ପଣ କରିବା ଦ୍ୱାରା ସମସ୍ତ ମନୋବାଞ୍ଛା ପୂର୍ଣ୍ଣ ହୋଇଥାଏ।
  • ଭଗବାନ ବିଷ୍ଣଙ୍କୁ ସାତ୍ତ୍ୱିକ ଭୋଜନ ଭୋଗ ଲଗାନ୍ତୁ। ଯଦି ସମ୍ଭବ ହେଉଛି ତେବେ ମିଠା ଭୋଗ କରନ୍ତୁ।

150 Unique and Spiritual Lord Vishnu Names for Baby Boy

  • ଗୁରୁବାର ଦିନ ହଳଦିଆ ଦ୍ରବ୍ୟ ଦାନ କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ।
  • ଆଜି ସକାଳେ ଓ ସନ୍ଧ୍ୟାରେ ବିଷ୍ଣୁଙ୍କ ଆଳତୀ କରନ୍ତୁ, ଭଗବାନ ପ୍ରସନ୍ନ ହେବେ।
  • ପୂଜା କରିବା ବେଳେ ଓଁ ଜୟ ଜଗଦୀଶ ହରେ ପାଠ କରିବା ମଧ୍ୟ ଶୁଭ ହୋଇଥାଏ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.