Below header

ରାୟଗଡାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକକୁ ପଛ ପଟୁ ଧକ୍କା ଦେଲା ଭ୍ୟାନ, ଜଣେ ମୃତ

ରାୟଗଡା: ରାୟଗଡା ଜିଲ୍ଲା ଶେଷଖାଲ ଥାନା ଅନ୍ତର୍ଗତ ପିତମହଲ ନିକଟସ୍ଥ ବିଷ୍ଣୁଗୁଡା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାୟଗଡ଼ା-ବିଶାଖାପାଟଣା ରାସ୍ତାରେ ପିତମହଲ ନିକଟରେ ଗୋଟିଏ ଟ୍ରକକୁ ପଛ ପଟୁ ଧକ୍କା ଦେଲା ଭ୍ୟାନ। ଫଳରେ ଏହି ଦୁର୍ଘଟଣାରେ ଭ୍ୟାନ ମାଲିକ ସଞ୍ଜୁ ଶଙ୍କରଙ୍କ ମୃତ୍ୟୁ ହୋଇଛି ।

ଅପରପଟେ ଏହି ଦୁର୍ଘଟଣାରେ ଡ୍ରାଇଭର  ଓ ହେଲ୍ପରଙ୍କୁ ଗୁରୁତର ଅବସ୍ଥାରେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଶେଷଖାଲ ଥାନା ଭାରପ୍ରାପ୍ତ ଅଧିକାରୀ ବିଜୟଲଷ୍ମୀ ହିକକ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.