ଦିନକୁ ଦିନ ବଢିବାରେ ଲାଗିଛି ମହାମାରୀର ଉଗ୍ର ରୂପ: ଆସନ୍ତୁ ଜାଣିବା କରୋନାକୁ ନେଇ ଦେଶ ବିଦେଶର କିଛି ଅପଡେଟ୍ ଖବର

ଦିନକୁ ଦିନ କରୋନା ନିଜର ଉଗ୍ର ରୂପ ଦେଖାଇଚାଲିଛି । ସାରା ବିଶ୍ବର ଏବେ ଏହି ମହାମାରୀ କବଳରେ କବଳିତ । ତେବେ ଦେଶ ବିଦେଶରେ କରୋନାକୁ ନେଇ ଆସନ୍ତୁ ଜାଣିବା କିଛି ଅପଡେଟ୍ ଖବର :

-ବର୍ତ୍ତମାନ ସୁଦ୍ଧା ୨୧୩ଟି ଦେଶରେ ନିଜର କାୟା ବିସ୍ତାର କରିସାରିଛି କରୋନା ମହାମାରୀ

-ସାରା ବିଶ୍ବରରେ ୩ଲକ୍ଷ ୫୭ହଜାର ୪୨୬ଜଣଙ୍କ ମୁଣ୍ଡ ନେଇସାରିଲାଣି କରୋନା

-ବିଶ୍ବରରେ ୫୭ଲକ୍ଷ ୮୮ହଜାର ୯୨୮ଜଣ କରୋନା ଭାଇରସରେ ଆକ୍ରାନ୍ତ

-ଏହାସହ ମୋଟ ୨୪ଲକ୍ଷ ୯୭ ହଜାର ୫୯୩ ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଲେଣି

– ତଥ୍ଯ ଅନୁସାରେ ଆମେରିକାରେ କରୋନା ଲକ୍ଷେ ୨ହଜାର ୧୦୭ଜଣଙ୍କ ମୁଣ୍ଡ ନେଲାଣି

-ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ଯା ୧୭ଲକ୍ଷ ୪୫ ହଜାର ୮୦୩ରେ ପହଁଚିଛି

–  ସେହିପରି ବ୍ରାଜିଲରେ ଆକ୍ରାନ୍ତଙ୍କ ସଂଖ୍ଯା ୪ଲକ୍ଷ ୧୪ହଜାର ୬୬୧କୁ ବ୍ରୁଦ୍ଧି ପାଇଥିବାବେଳେ ମୃତ୍ୟୁ ସଂଖ୍ଯା ୨୫ହଜାର ୬୯୭ରେ ପହଁଚିଛି

c1-ଅପରପଟେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଢ ଲକ୍ଷ ପାର କରିଛି

-ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଲକ୍ଷ ୫୮ ହଜାର ୩୩୩ରେ ପହଁଞ୍ଚିଛି

-ଭାରତରେ କରୋନା ଭାଇରସ୍‌ ଯୋଗୁ ୪ ହଜାର ୫୩୧ ଜଣଙ୍କ ଜୀବନ ଗଲାଣି

-ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ୫୭ ହଜାର ଟପିଛି

– ମହାରାଷ୍ଟ୍ରରେ ସମୁଦାୟ ୧୮୯୭ ଜଣଙ୍କ ମୃତ୍ୟୁ ହୋଇସାରିଲାଣି

– ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟା ଭିତରେ ୧୦୫ ଜଣଙ୍କ ଜୀବନ ଯାଇଛି

-ତାମିଲନାଡୁରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ଯା ୧୮ ହଜାର ୫୪୫ଜଣ

-ସେହିପରି ଦିଲ୍ଲୀରେ ମୋଟ ୧୫ ହଜାର ୨୫୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି

– ଅନ୍ଯପଟେ ଗୁଜୁରାଟରେ ୧୫ ହଜାର ୧୯୫ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.