ପୁଣି ହ୍ରାସ ପାଇଲା ସୁନା ଦର, ୧୦ ଗ୍ରାମ ପ୍ରତି ୫୦୯ ଟଙ୍କା ଖସି ପହଞ୍ଚିଲା ୪୫,୮୧୩ ଟଙ୍କାରେ

ବୁଧବାର ଭାରତୀୟ ବଜାରରେ ସୁନା ଓ ରୂପା ଦରରେ ବିଶେଷ ହ୍ରାସ ଘଟିଛି । ବୁଧବାର ସନ୍ଧ୍ୟା ସୁଦ୍ଧା ଏହି ଦର ଦଶ ଗ୍ରାମ ପ୍ରତି ୧.୧୦ ପ୍ରତିଶତ ବା ୫୦୯ଟଙ୍କା ଖସି ୪୫,୮୧୩ ଟଙ୍କାରେ ପହଂଚିଛି । ଯେବେକି ମଙ୍ଗଳବାର ଏହି ଦର  ୪୬,୯୧୨ ବୋଲି ରେକର୍ଡ କରାଯାଇଥିଲା । ସୁନା ସହ ରୂପା ଦରରେ ବି ଏକ ବଡ଼ ଧରଣର ହ୍ରାସ ଘଟିଛି । ଏମସିଏକ୍ସ ରିପୋର୍ଟ ଅନୁଯାୟୀ ବୁଧବାର ସନ୍ଧ୍ୟା ସୁଦ୍ଧା ରୂପା ଦର୧.୫୬ ବା ୭୪୪ପ୍ରତିଶତ କମି କିଲୋଗ୍ରାମ ପ୍ରତି ୪୭,୭୪୪ଟଙ୍କାରେ ପହଂଚିଛି । ଅନ୍ତରାଷ୍ଟ୍ରୀୟ କ୍ଷେତ୍ରରେ ବି ବୁଧବାର ଉଭୟ ସୁନା ଓ ରୂପା ଦରରେ ଏକ ବଡ଼ ପରିବର୍ତ୍ତନ ଲକ୍ଷ କରାଯାଇଛି । ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ସନ୍ଧ୍ୟା ସୁଦ୍ଧା ସୁନା ଦର   ୧.୩୭ ପ୍ରତିଶତ ବା  ୨୩.୭୦  ହ୍ରାସ ପାଇ ଆଉନ୍ସ ପିଛା   ୧୭୦୪.୫୦ଡ଼ଲାରରେ ପହଞ୍ଚିଛି ।

ଠିକ ସେହିପରି ବିଶ୍ୱ ବଜାରରେ ଚାନ୍ଦି ଦରରେ ବି ଏକ ଭାରି ପରିବର୍ତ୍ତନ ଲକ୍ଷ କରାଯାଇଛି । ମଙ୍ଗଳବାର ଏହି ମୂଲ୍ୟ   ୪୮,୮ ୬୧ ଟଙ୍କା ଥିଲା । ବୁଧବାର ସନ୍ଧ୍ୟା ସୁଦ୍ଧା ରୂପ ଦରର  ୧.୦୭ ପ୍ରତିଶତ ବା ୦.୧୮  ଡ଼ଲାର ହ୍ରାସ ପାଇ ଆଉନ୍ସ ପିଛା ୧୬.୯୫ଡ଼ଲାରରେ ପହଂଚିଛି । ସୁନା ଓ ରୂପା ବତ୍ତୀତ ପ୍ଳଟିନମ, ପାଲାଡିୟମ ପରି ମୂଲ୍ୟବାନ ଧାତୁ ଗୁଡିକରେ ବି ବଡ ଧରଣର ହ୍ରାସ ଘଟିଛି । ପ୍ଳଟିନମ ମୂଲ୍ୟ   ୦.୯୨ ପ୍ରତିଶତ ବା   ୭ .୬୯ଡ଼ଲାର ହ୍ରାସ ସହିତ ଆଉନ୍ସ ପିଛା  ୮୨୫.୭୨ ଡ଼ଲାରରେ ପହଞ୍ଚିଥିବା ବେଳେ ପୋଲାଡିୟମ ମୂଲ୍ୟ  ୨.୮୭ ପ୍ରତିଶତ ବା ୫୬.୧୧ ଡ଼ଲାର ହ୍ରାସ ପାଇ ଆଉନ୍ସ ପ୍ରତି ୧୮୯୯.୭୯ ଡ଼ଲାରରେ ପହଂଚିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.