True caller ୟୁଜରଙ୍କୁ ବଡ଼ ଝଟ୍‌କା, ମାତ୍ର ୭୫ ହଜାର ଟଙ୍କାରେ ବିକ୍ରି ହେଉଛି ୪.୭୫ କୋଟି ଭାରତୀୟଙ୍କ ଡାଟା

ଟେକ୍ନୋଲୋଜି ଯେତିକି ଉନ୍ନତି କରୁଛି ଅପରାଧ ମଧ୍ୟ ସେତିକି ବଢ଼ିବାରେ ଲାଗିଛି। ଅନ୍ୟ ଅପରାଧ ତୁଳନାରେ ଏବେ ସାଇବର କ୍ରାଇମ୍‌ ମାମଲା ଅଧିକ ଦେଖିବାକୁ ମିଳୁଛି। ସାଇବର ଅପରାଧୀମାନେ ଅନ୍ୟମାନଙ୍କ ତଥ୍ୟ ଚୋରି କରିବା ଏବେ ଏକ ସାଧାରଣ କଥା ପାଲଟିଛି। ଏକ ରିପୋର୍ଟ ମୁତାବକ ଜଣେ ସାଇବର ଅପରାଧୀ ୪.୭୫ କୋଟି ଭାରତୀୟଙ୍କ ରେକର୍ଡ ମାତ୍ର ୭୫ ହଜାର ଟଙ୍କାରେ ଡାର୍କ ୱେବ୍‌ରେ ବିକି ଦେଇଛି। ଅପରାଧୀ ଜଣକ ଏହି ଖବର True caller ରୁ ନେଇଥିବା କହିଛନ୍ତି।

Truecaller Voice VoIP Calling Feature Launched, Now Rolling Out on ...

ଅନ୍‌ଲାଇନ୍‌ ଇଣ୍ଟେଲିଜେନ୍ସ କମ୍ପାନ ସାବଲ ଏନେଇ ସୂଚନା ଦେଇଛି। କମ୍ପାନୀ ଏକ ବ୍ଳଗ୍‌ ମାଧ୍ୟମରେ ସୂଚନା ଦେଇ କହିଛି ଯେ ଆମ ରିସର୍ଚ୍ଚର ଜଣେ ଜଣାଶୁଣା ବିକ୍ରେତାଙ୍କୁ ଚିହ୍ନଟ କରିଛି। ଉକ୍ତ ବ୍ୟକ୍ତି ୪.୭୫ କୋଟି ଭାରତୀୟଙ୍କ ଟ୍ରୁକଲର ରେକର୍ଡ ୭୫ ହଜାର ଟଙ୍କାରେ ବିକ୍ରି କରୁଛନ୍ତି। ଏହି ଡାଟା ଗତ ବର୍ଷର। ଏତେ ଡାଟା ପାଇଁ ଏତେ କମ୍‌ ମୂଲ୍ୟ ଦେଖି ଆମେ ଆଶ୍ଚର୍ଯ୍ୟ ହୋଇଛୁ। ବିକ୍ରି ହେବାକୁ ଥିବା ଡାଟା ମଧ୍ୟରେ ଫୋନ୍‌ ନମ୍ବର, ପୁରୁଷ କିମ୍ବା ମହିଳାର ସୂଚନା, ସହର, ମୋବାଇଲ ନେଟ୍‌ଓ୍ଵାର୍କ ଓ ଫେସ୍‌ବୁକ୍‌ ଆଇଡିର ସମ୍ପୂର୍ଣ୍ଣ ତଥ୍ୟ ରହିଛି।

Truecaller app is getting revamped for Android, iPhone users ...

ଅନ୍ୟପଟେ True caller ଏଭଳି ଡାଟା ଚୋରି ହେବା ମାମଲାକୁ ଖଣ୍ଡନ କରିଛି। କମ୍ପାନୀର ମୁଖ୍ୟ ପ୍ରବକ୍ତା କହିଛନ୍ତି ଯେ ଏହି ଡାଟା ଚୋରି ପାଇଁ ଆମ କମ୍ପାନୀର ନାଁ ନିଆଯିବାର କାରଣ ହେଉଛି ଲୋକମାନେ ସହଜରେ ବିଶ୍ୱାସ କରିବେ। ସେ କହିଛନ୍ତି ଯେ ଆମ ନିକଟରେ ଲୋକଙ୍କ ଡାଟା ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି। ଆମେ ୟୁଜର୍ସଙ୍କ ସୁରକ୍ଷାକୁ ନେଇ ଯତ୍ନବାନ୍‌ ଅଛୁ। ଏଭଳି ମାମଲା ଗତ ବର୍ଷ ମଧ୍ୟ ସାମ୍ନାକୁ ଆସିଥିବା ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.