Below header

ମାଗଣାରେ ଏଲ୍‌ପିଜି ସିଲିଣ୍ଡର ବାଣ୍ଟୁଛନ୍ତି ସରକାର, ସରିବା ପୂର୍ବରୁ ତୁରନ୍ତ କରନ୍ତୁ ଆବେଦନ

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ଉଜ୍ଜ୍ୱଳା ଯୋଜନାରେ ୧୪.୨ କିଲୋଗ୍ରାମ୍‌ଯୁକ୍ତ ୩ଟି ଏଲ୍‌ପିଜି ସିଲିଣ୍ଡର ଦିଆଯିବ। ଏନେଇ ମୋଦି ସରକାର ୧.୭ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରିଥିଲେ। ଅର୍ଥାତ୍‌ ଗରିବଙ୍କୁ ପ୍ରତି ମାସରେ ଗୋଟିଏ ସିଲିଣ୍ଡର ମାଗଣାରେ ଦିଆଯିବ। ଅନ୍ୟପଟେ ଯେଉଁମାନଙ୍କ ପାଖରେ ୫ କେଜିର ସିଲିଣ୍ଡର ରହିଛି ତାଙ୍କୁ ୩ ମାସରେ ମୋଟ ୮ଟି ସିଲିଣ୍ଡର ମାଗଣାରେ ମିଳିବ। ତେବେ ଉଜ୍ଜ୍ୱଳା ଯୋଜନାରେ ରେଜିଷ୍ଟର ହୋଇଥିବା ହିତାଧିକାରୀମାନେ କେବଳ ଏହି ଲାଭ ଉଠାଇପାରିବେ।

pradhan-mantri-ujjwala-yojana - INSIGHTSIAS

ଏହି ସ୍କିମ୍‌ର ଲାଭ ଉଠାଇବା ପାଇଁ ଆପଣଙ୍କ ପାଖରେ ଆଉ ମାତ୍ର ଗୋଟିଏ ମାସ ରହିଛି। ୩ ମାସ ଯାଏଁ ମାଗଣା ଗ୍ୟାସ୍‌ ପାଇବା ବୈଧତା ଜୁନ୍‌ ମାସରେ ଶେଷ ହେବ। ଯଦି ଆପଣ ଏହି ଯୋଜନାରେ ସାମିଲ ହେବାକୁ ଚାହୁଁଛନ୍ତି ତେବେ ଏହି ଉପାୟରେ ତୁରନ୍ତ କରନ୍ତୁ ଆବେଦନ…

  • ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅନ୍ତର୍ଗତ ଗ୍ୟାସ୍‌ ସଂଯୋଗ ନେବା ପାଇଁ ବିପିଏଲ୍‌ ପରିବାରର ଯେକୌଣସି ମହିଳା ଆବେଦନ କରିପାରିବେ।
  • ଏଥିପାଇଁ ମହିଳାଙ୍କ ନିକଟରେ ବିପିଏଲ୍‌ କିମ୍ବା ରାସନ୍‌ କାର୍ଡ ଥିବା ଆବଶ୍ୟକ। ଏହା ବ୍ୟତୀତ ଆଧାର କାର୍ଡ, ଭୋଟର ଆଇଡି ମଧ୍ୟ ଜରୁରୀ।

Good news! Prices of non-subsidised LPG gas cylinder reduced by ...

 

  • ପ୍ରଥମେ କେଓ୍ଵାଇସି ଫର୍ମ ପୂରଣ କରି ନିକଟସ୍ଥ ଏଲ୍‌ପିଜି କେନ୍ଦ୍ରରେ ଜମା କରନ୍ତୁ।
  • ଆବେଦନ କରିବା ବେଳେ ଆପଣ ୧୫ କେଜିର ନା ୫ କେଜିର ସିଲିଣ୍ଡର ନେବାକୁ ଚାହୁଁଛନ୍ତି ତାହା ପଚରାଯିବ।
  • ଏହି ଫର୍ମକୁ ଆପଣ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ୱେବ୍‌ସାଇଟ୍‌ରୁ ଡାଉନ୍‌ଲୋଡ୍‌ କରିପାରିବେ।
  • ଆପଣ ଚାହିଁଲେ ନିକଟସ୍ଥ ଏଲ୍‌ପିଜି କେନ୍ଦ୍ରରୁ ମଧ୍ୟ ଆବେଦନ ଫର୍ମ ନେଇପାରିବେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.