Below header

ବଦଳୁଛି ସାଇବେରିଆର ରଙ୍ଗ, ଦିନ କୁ ଦିନ ହେବାରେ ଲାଗିଛି ଲାଲ

ଏମିତିରେ ତ ପୃଥିବୀ ପୃଷ୍ଠର ଉତ୍ତାପ ଦିନକୁ ଦିନ ବଢ଼ିବାରେ ଲାଗିଛି । ବିଶ୍ୱର ସବୁଠାରୁ ଥଣ୍ଡା ସ୍ଥାନ ଭାବେ ଜଣା ଆର୍କଟିକ ମହାସାଗର ଓ ଗ୍ରୀନଲ୍ୟାଣ୍ଡର କିଛି ଭାଗରେ ଆଗକୁ ତାପମାତ୍ରା ବଢିବା ସହିତ ଗ୍ରୀଷ୍ମ ପ୍ରକୋପ ମଧ୍ୟ ବଢି ଯିବାର ଆଶଙ୍କା କରାଯାଉଛି । ଆର୍କଟିକ ଅଞ୍ଚଳରେ ହିଟୱେଭ ଜାରି ହେବା କାରଣରୁ ସାଇବେରିଆରୁ ଆରମ୍ଭ କରି ଗ୍ରୀନଲ୍ୟାଣ୍ଡ ପର୍ଯ୍ୟନ୍ତର ପାରା ବଢ଼ିବାରେ ଲାଗିଛି । ବିଶେଷଜ୍ଞଙ୍କ ଅନୁଯାୟୀ, ଚଳିତ ବର୍ଷ ଆର୍କଟିକ କ୍ଷେତ୍ରର ଏହି ଅଂଚଳରେ ହେଉଥିବା ଗରମ ସବୁ ବର୍ଷର ରେକର୍ଡ ଭାଙ୍ଗି ଦେଇପାରେ । ଯେବେକି ଆର୍କଟିକ ଅଂଚଳରେ ଏମିତି ପାଗ ପୂର୍ବରୁ କେବେ ବି ଅନୁଭବ କରା ଯାଇନଥିଲା ।

heat wave

ଆର୍କଟିକ ପାଗ ପରିବର୍ତ୍ତନର ସବୁଠୁ ଅଧିକ ପ୍ରଭାବ ପଡିଛି ରୁଷ ଦେଶ ଉପରେ । ଆମେରିକାର ୟୁଏସ ନ୍ୟାସନାଲ ଓସୋନିକ ଆଣ୍ଡ ଆଟମୋସ୍ପେରିକ ଆଡମିନିଷ୍ଟ୍ରସନର ମ୍ୟାପକୁ ଯଦି ଲକ୍ଷ କରାଯାଏ ତେବେ ଜାଣିହେବଯେ, ପୁରା ଆର୍କଟିକ କ୍ଷେତ୍ରର ତାପମାତ୍ରା ୫ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବଢିଯାଇଛି । ଏହି ମ୍ୟାପରୁ ଆହୁରି ମଧ୍ୟ ଜାଣି ହେବ ଯେ, ବର୍ଷର ପ୍ରଥମ ଚାରି ମାସ ଏଯାବତ ଯେତିକି ଗରମ ପଡିଛି, ୧୯୮୧ ରୁ ୨୦୧୦ ମସିହା ଭିତରେ କେବେ ଏମିତି ହୋଇନଥିଲା । ହିଟୱେଭ ପ୍ରଭାବରୁ ସାଇବେରିଆର ରଙ୍ଗ ପରିବର୍ତ୍ତନ ହୋଇ ବି ଲାଲ ହୋଇଯାଇଛି । ଆଉ ସମୁଦ୍ର ଆଖପାଖ ଅଞ୍ଚଳ ସବୁଠୁ ଅଧିକ ପ୍ରଭାବିତ ହେଉଛି ।

heat wave

ଏମିତିକି ଏହି ଗରମ କାରଣରୁ ବଡ ବଡ଼ ବରଫ ନଦୀ ମାନଙ୍କର ବରଫ ତରଳିବାରେ ଲାଗିଛି । ଅନ୍ୟ ପକ୍ଷରେ ରୁଷ ପାଣିପାଗ ବିଭାଗ ରୋଶହାଇଡ୍ରୋମେଟ ବି ଆମେରିକା ବିଶେଷଜ୍ଞକୁ ଏବାବଦରେ ସମର୍ଥନ କରିଛି । ଦୁଇ ଦେଶର ବୈଜ୍ଞାନିକଙ୍କ ଅନୁଯାୟୀ, କ୍ଳାଇମେଟରେ ପରିବର୍ତ୍ତନ ଆସିବାରୁ ହିଁ ଏପରି ଅସାଧାରଣ ପରିବର୍ତ୍ତନ ମାନ ଦେଖାଦେଉଛି । ଖାଲି ସାଇବେରିଆ ନୁହେଁ ଏହା ସହ ଗିଡାନ, ୟମାଲ ଓ ତୋମିର ପରି ଅଂଚଳରେ ତାପମାତ୍ରା ୧୬ ଡିଗ୍ରୀ ସେଲ୍ସିୟସରୁ ବି ଅଧିକ ବଢି ଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.