ଟ୍ଵିଟରରେ ପୁଣି ଟ୍ରେଣ୍ଡ୍‌ ହେଲା #DhoniRetires, ଅସନ୍ତୋଷ ଜାହିର କଲେ ମାହିଙ୍କ ଫ୍ୟାନ୍‌

ଭାରତର ପୂର୍ବତନ କ୍ୟାପଟେନ୍‌ ମହେନ୍ଦ୍ର ସିଂହ ଧୋନି ଦୀର୍ଘ ଦିନ ହେବ କ୍ରିକେଟ୍‌ରୁ ଦୂରେଇ ରହିଛନ୍ତି। ସେ ଗତ ବର୍ଷ ଜୁଲାଇରେ ଇଂଲଣ୍ଡରେ ଖେଳାଯାଇଥିବା ବିଶ୍ୱ କପ୍‌ରେ ଶେଷ ଥର ପାଇଁ ପଡ଼ିଆକୁ ଓହ୍ଲାଇଥିଲେ। ତା ’ପରେ ତାଙ୍କ ସନ୍ନ୍ୟାସର ଖବର ଶୁଣିବାକୁ ମିଳିଥିଲା। କିନ୍ତୁ ଏବେ ଯାଏଁ ମାହି ନିଜ ଅବସର ସମ୍ପର୍କରେ କୌଣସି ସୂଚନା ଦେଇନାହାନ୍ତି।


ଅନ୍ୟପଟେ ଚଳିତ ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ଖେଳିବା ପରେ ସେ ନିଜକୁ ଟିମ୍‌ ପାଇଁ ଅନୁପଲବ୍ଧ କରିବା ସହ ଦ୍ୱିପକ୍ଷୀୟ ସିରିଜ୍‌ ପାଇଁ ଟିମ୍‌ରେ ସାମିଲ ହୋଇନଥିଲେ। ମାତ୍ର ସେ କେବେ ବି ନିଜ ରିଟାୟରମେଣ୍ଟ କଥା କହିନାହାନ୍ତି। ତଥାପି ଆଶା କରାଯାଉଛି ଯେ ଧୋନି ଆଇପିଏଲ୍‌କୁ ଫେରିବେ। କାରଣ ଏଥିପାଇଁ ସେ ଅଭ୍ୟାସ ଆରମ୍ଭ କରିଦେଇଥିଲେ। କିନ୍ତୁ କରୋନା ଯୋଗୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଘୁଞ୍ଚିବା ପରେ ଧୋନିଙ୍କ ପ୍ରତ୍ୟାବର୍ତ୍ତନ ଉପରେ ପୁଣିଥରେ ପ୍ରଶ୍ନ ଉଠିଛି।


ବୁଧବାର ପୁଣି ଥରେ ଧୋନିଙ୍କ ସନ୍ନ୍ୟାସକୁ ନେଇ ଚର୍ଚ୍ଚା ଜୋର ଧରିଛି। ସନ୍ଧ୍ୟାବେଳକୁ ତାଙ୍କ ସନ୍ନ୍ୟାସ ଖବର ଟ୍ଵିଟରରେ ଭାଇରାଲ ହୋଇଯାଇଥିଲା। ଏହାକୁ ନେଇ ମାହିଙ୍କ ଫ୍ୟାନ୍‌ମାନେ ଅସନ୍ତୋଷ ବ୍ୟକ୍ତ କରିଥିବା ଦେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.