ସ୍ତ୍ରୀର ମୃତ୍ୟୁ ପରେ ସ୍ୱାମୀର ବିଷପାନ, ସଙ୍କଟାପନ୍ନ ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ନୟାଗଡ଼ (କେନ୍ୟୁଜ୍) : ସ୍ତ୍ରୀର ମୃତ୍ୟୁ ପରେ ସ୍ୱାମୀର ବିଷପାନ। ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ପାର୍ବତୀପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କାଚରା ଟାଙ୍ଗି ଗାଁର କଲ୍ୟାଣୀ ଗୋଛି ଗତ ତିନିମାସ ତଳେ ପାର୍ବତୀପୁରର ଅକୃର ସ୍ୱାଇଁଙ୍କୁ ବିବାହ କରିଥିଲେ। ତେବେ ଆଜି ସକାଳେ କଲ୍ୟାଣୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ପତ୍ନୀଙ୍କ ମୃତଦେହ ପାଖରେ ସ୍ୱାମୀ ଅକୃର ବିଷପିଇ ପଡ଼ିଥିବା ଦେଖାଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେପଟେ କଲ୍ୟାଣୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ମାମୁଁ ପ୍ରଫୁଲ୍ଲ ନାୟକ। ଫତେଗ଼ଡ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।