Below header

ଘରୋଇ କଳି ନେଲା ଜୀବନ, ସ୍ୱାମୀ ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ

ନବରଙ୍ଗପୁର (କେ ନ୍ୟୁଜ୍‌) : ସ୍ୱାମୀର ଟାଙ୍ଗିଆ ଚୋଟରେ ମୁଣ୍ଡ ଗଡ଼ିଲା ସ୍ତ୍ରୀର । ନବରଙ୍ଗପୁର ତାରା ଗାଁରେ ଏହି ଅଘଟଣ ଘଟିଛି । ସ୍ୱାମୀ ମୋହନ ହରିଜନ ନିଜ ସ୍ତ୍ରୀ ନବୀନା ସହ କଳି ଝଗଡ଼ାରେ ଉତ୍ତ୍ୟକ୍ତ ହୋଇ ଏଭଳି କାଣ୍ଡ ଘଟାଇଛି । ଘରଭଡ଼ା ଦେବାକୁ ନେଇ ଦୁହିଙ୍କ ଭିତରେ ଗଣ୍ଡଗୋଳ ହୋଇଥିଲା । ଏହା ପରେ ମୋହନ ଏକ ଟାଙ୍ଗିଆରେ ନବୀନାଙ୍କୁ ଆକ୍ରମଣ କରିଥିଲା । ନବୀନା ଗୁରୁତର ହୋଇପଡ଼ିବାରୁ ତାଙ୍କୁ ପଡ଼ୋଶୀମାନେ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚାଇଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ସମ୍ପର୍କରେ ଖବର ପାଇ ପୋଲିସ୍‌ ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.