Below header

ପରକିୟା ପ୍ରୀତିର କରୁଣ ପରିଣତି, ସ୍ତ୍ରୀର ପ୍ରେମିକକୁ ଗୁଳି କଲା ସ୍ବାମୀ

ସ୍ତ୍ରୀର ପ୍ରେମିକକୁ ଗୁଳି କଲା ସ୍ବାମୀ। ସମ୍ବଲପୁର ରେଢାଖୋଲ ବଡ଼ନୂଆପଡ଼ା ସ୍ଥିତ ଖେତୀନାଳି ଗାଁରେ ଏହି ଗୁଳିକାଣ୍ଡ ଘଟିଛି। ଗୁରୁତର ଅବସ୍ଥାରେ ପ୍ରେମିକକୁ ପ୍ରଥମେ ବୁର୍ଲା ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ଘଟମା ପରେ ସ୍ବାମୀ ଫେରାର ହୋଇଯାଇଛି।

ରେଢାଖୋଲ (କେନ୍ୟୁଜ): ପରକୀୟା ପ୍ରୀତି ପାଇଁ ଗୁଳିମାଡ଼ । ସ୍ତ୍ରୀର ପ୍ରେମିକକୁ ଗୁଳି କଲା ସ୍ବାମୀ । ସମ୍ବଲପୁର ଜିଲ୍ଲା ଚାରମାଳ ଥାନା କ୍ଷେତିନାଳି ଗାଁରେ ଏହି ଘଟଣା ଘଟିଛି । ଗୁଳିମାଡ଼ରେ ଗୁରୁତର ହୋଇଛନ୍ତି କ୍ଷେତିନାଳି ଗାଁର ପଙ୍କଜ ଦେହୁରୀ । ତାଙ୍କ ବାମ ହାତରେ ଗୋଟିଏ ରାଉଣ୍ଡ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ପଙ୍କଜଙ୍କୁ ପ୍ରଥମେ ବୁର୍ଲା ମେଡିକାଲରେ ଭର୍ତ୍ତା କରାଯାଇଥିଲା । ପରେ କଟକ ସ୍ଥାନାନ୍ତର କରାଯାଇଛି ।

ଗତକାଲି ରାତିରେ ଚାରମାଲ ଝାଙ୍କରପଡା ଗାଁର ସ୍ବାଧୀନ ପ୍ରଧାନ ତାଙ୍କ ଉପରେ ଗୁଳି ଚଳାଇଥିଲେ । ଅଭିଯୋଗ ହୋଇଛି, ସ୍ବାଧୀନଙ୍କ ସ୍ତ୍ରୀ ଓ ପଙ୍କଜଙ୍କ ଭିତରେ ଦୁଇ ବର୍ଷ ହେବ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଯାହାକୁ ନେଇ ଉଭୟଙ୍କ ଭିତରେ ବିଭିନ୍ନ ସମୟରେ ଝଗଡ଼ା ହୁଏ । କିଛି ସମାଧାନ ନହେବାରୁ ସ୍ବାଧୀନ ଓ ପତ୍ନୀଙ୍କ ଭିତରେ ଛାଡ଼ପତ୍ର ହୋଇଥିଲା । ଏହାପରେ ତାଙ୍କ ପତ୍ନୀ ପଙ୍କଜଂକ ପାଖରେ ବର୍ଷେ ହେବ ରହି ଆସୁଥିଲେ । ଗତକାଲି ବିଳମ୍ବିତ ରାତିରେ ସ୍ବାଧୀନ ନିଶାସକ୍ତ ଅବସ୍ଥାରେ ପଙ୍କଜଂକ ଉପରେ ଗୁଳିମାଡ କରିଥିଲା । ଅଭିଯୁକ୍ତ ଫେରାର୍ ଅଛି । ତାକୁ ଧରିବା ପାଇଁ ତନାଘନା ତଦନ୍ତ କରୁଛି ଚାରମାଳ ଥାନା ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.