ଜଘନ୍ୟ କାଣ୍ଡ: ଆଈ ମାକୁ ହାଣି ମୁଣ୍ଡ ଗଣ୍ଡି ଅଲଗା କଲା ନାତି

ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଧିନ ଗଦେଇଗିରି ଗ୍ରାମରେ ଅଘଟଣ ଘଟିଛି। ନିଜ ଆଈ ମାକୁ ହାଣି ମୁଣ୍ଡ ଗଣ୍ଡି ଅଲଗା କଲା ନାତି । ମୃତ ବୁଢ଼ୀ ମାଆ ହେଲେ ସଖି ଲତା ସାହୁ । ଆଇ ସହ ନାବାଳିକା ଓ ତା ମାଆକୁ ମଧ୍ୟ କଟୁରୀରେ ଆକ୍ରମଣ କରିଛି ଅଭିଯୁକ୍ତ। ଆକ୍ରମଣରେ ଗୁରୁତର ମାନଙ୍କୁ ବାଲିକୁଦା ମେଡିକଲରେ ଭର୍ତ୍ତି କରାଯାଇଛି।

ଜଗତସିଂହପୁର (କେନ୍ୟୁଜ): ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଧିନ ଗଦେଇଗିରି ଗ୍ରାମରେ ଅଘଟଣ ଘଟିଛି। ନିଜ ଆଈ ମାକୁ ହାଣି ମୁଣ୍ଡ ଗଣ୍ଡି ଅଲଗା କଲା ନାତି । ମୃତ ବୁଢ଼ୀ ମାଆ ହେଲେ ସଖି ଲତା ସାହୁ । ଆଇ ସହ ନାବାଳିକା ଓ ତା ମାଆକୁ ମଧ୍ୟ କଟୁରୀରେ ଆକ୍ରମଣ କରିଛି ଅଭିଯୁକ୍ତ। ଆକ୍ରମଣରେ ଗୁରୁତର ମାନଙ୍କୁ ବାଲିକୁଦା ମେଡିକଲରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ସମୀର ସାହୁ ବାଲିକୁଦା ଥାନାରେ ଅଟକ ରଖିଛି ପୋଲିସ। ବାଲିକୁଦା ପୋଲିସର ତଦନ୍ତ ଜାରି ରହିଛି।

ପ୍ରେମ ପାଇଁ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ନାତି ସମୀର ସାହୁକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ବାଲିକୁଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଅଭିଯୁକ୍ତ ନାଁରେ ପୂର୍ବରୁ ବହୁ ମାମଲା ରହିଛି। ଆହତ ଦୁଇ ଜଣଙ୍କୁ ବାଲିକୁଦା ମେଡିକଲରେ ଭର୍ତ୍ତି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.