Below header

CRP ଓଭର ବ୍ରିଜ ଉପରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଦୁଇଜଣ ଗୁରୁତର ଆହତ

ଭୁବନେଶ୍ୱର (କେନ୍ୟୁଜ) : CRP ଓଭର ବ୍ରିଜ ଉପରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ପିକଅପ୍‌ ପଛପଟକୁ ପିଟିଲା ହାଇଓ୍ଵା। ରାସ୍ତା କାମ ପାଇଁ ପିକଅପ୍‌ ଭ୍ୟାନଟି ରାସ୍ତା କଡରେ ଛିଡା ହୋଇଥିବାବେଳେ ପଛପଟୁ ବାଲିବୋଝେଇ ହାଇଓ୍ଵା ଧକ୍କା ଦେଇଛି। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ରାସ୍ତା କାମ କରୁଥିବା ଦୁଇଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଦୁଇ ଶ୍ରମିକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏପଟେ ଦୁର୍ଘଟଣା ଘଟାଇ ହାଇଓ୍ଵା ଡ୍ରାଇଭର ଓ ହେଲପର ଘଟଣାସ୍ଥଳରୁ ଫେରାର ଅଛନ୍ତି। ଗୁରୁତର ହୋଇଥିବା ଶ୍ରମିକ ମାନେ NH କାମରେ ନିୟୋଜିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.