ଜଳେଶ୍ବର(କେନ୍ଯୁଜ୍): ରାସ୍ତା ଉପରେ ହଠାତ ହୁତୁ ହୁତୁ ହୋଇ ଜଳିଗଲା ବାଇକ୍ । ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ବଡ଼ ବଜାର ପୋଲ ଉପରେ ହଠାତ ନିଆଁ ଲାଗି ଜଳିଗଲା ବାଇକ୍।
ଖବର ପାଇ ଘଟଣାସ୍ଥଳରେ ଜଳେଶ୍ବର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ସର୍ଟ ସର୍କିଟ ଯୋଗୁଁ ଏହି ନିଆଁ ଲାଗିଥିବା ଅନୁମାନ କରାଯାଉଛି।