Below header

ଦୁଇବର୍ଷର ଶିଶୁକନ୍ୟାକୁ ମାରିଦେଲା ହାଇୱା, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କଲେ ଗ୍ରାମବାସୀ

ଦୁଇ ବର୍ଷର  ଝିଅ ରାସ୍ତା ନିକଟରେ ଖେଳୁଥିବା ସମୟରେ ବ୍ରାହ୍ମଣି ନାଳ ରେ ସେତୁ ନିର୍ମାଣ କରୁଥିବା ଠିକା ସଂସ୍ଥା pk construction କୁ ବାଲି ନେଉଥିବା ଏକ ହାଇୱା ଗାଡି ଦ୍ରୁତ ଗତିରେ ଆସି ଛୁଆଟି ଉପରେ ଚଢ଼ି ଯାଇଥିଲା।

ବାଂଶପାଳ(କେନ୍ୟୁଜ୍): ହାଇୱା ଧକ୍କାରେ ଦୁଇବର୍ଷର ଶିଶୁକନ୍ୟା ମୃତ। କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କଲେ ଗ୍ରାମବାସୀ। ନୟାକୋଟ ଥାନା ଅଧିନ ଧଳାଡିହି ଗାଁରେ ହାଇୱା ଦୁର୍ଘଟଣାରେ ଜଣେ ଶିଶୁକନ୍ୟା ର ଜୀବନ ଯାଇଛି। ଗାଁର ତରଣୀସେନ ବାରିକ ଙ୍କ ଦୁଇ ବର୍ଷର  ଝିଅ ରାସ୍ତା ନିକଟରେ ଖେଳୁଥିବା ସମୟରେ ବ୍ରାହ୍ମଣି ନାଳ ରେ ସେତୁ ନିର୍ମାଣ କରୁଥିବା ଠିକା ସଂସ୍ଥା pk construction କୁ ବାଲି ନେଉଥିବା ଏକ ହାଇୱା ଗାଡି ଦ୍ରୁତ ଗତିରେ ଆସି ଛୁଆଟି ଉପରେ ଚଢ଼ି ଯାଇଥିଲା। ଘଟଣା ସ୍ଥଳରେ ଶିଶୁକନ୍ୟାର ମୃତ୍ୟୁ ହୋଇଥିବା ବେଳେ ପରିବାର ଲୋକେ ଓ ସ୍ଥାନୀୟ ବାସିନ୍ଦା ମୃତଦେହକୁ ରଖି ଫୁଲଝର ଠାରୁ ଧଳାଡ଼ିହି ରାସ୍ତାକୁ ଅବରୋଧ କରିଛନ୍ତି। ଘଟଣା ସ୍ଥଳରେ ଉତେଜନା ପ୍ରକାଶ ପାଇଥିବା ବେଳେ ପୋଲିସ ପହଞ୍ଚି ବୁଝାସୁଝା ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.