Below header

ଗଣ୍ଡଗୋଳକାରୀଙ୍କୁ ଚେତାଇ ଦେଇଛନ୍ତି ପୋଲିସ ଡିଜି ସୁନିଲ ବଂଶଲ, କେହି ଛାଡ଼ ପାଇବେନି

ଆଜି ଅପରାହ୍‌ଣରେ ସମ୍ବଲପୁରରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । କହିଛନ୍ତି, ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ଗଣ୍ଡଗୋଳ ଘଟାଇଥିବା କୌଣସି ବ୍ୟକ୍ତି ଛାଡ଼୍‍ ପାଇବେନି । ଘଟଣାରେ ଯିଏ ବି ଦାୟୀ ବାହାରିବେ, ତାଙ୍କୁ ଛଡ଼ା ଯିବନି ।

ସମ୍ବଲପୁର(କେନ୍ୟୁଜ୍):ଛାଡ଼ ପାଇବେନି ଗଣ୍ଡଗୋଳକାରୀ । ଯେଉଁମାନେ ବି ଦୋଷୀ, ସେମାନଙ୍କ ବିରୋଧରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ଗଣ୍ଡଗୋଳକାରୀଙ୍କୁ ଏଭଳି ଚେତାଇ ଦେଇଛନ୍ତି ପୋଲିସ ଡିଜି ସୁନିଲ ବଂଶଲ । ସମ୍ବଲପୁରରେ ଘଟଣା ଉପରେ ସମ୍ପୂର୍ଣ୍ଣ ନଜର ରଖାଯାଇଛି । ସହରରେ ପର୍ଯ୍ୟାପ୍ତ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଘଟଣାର ତଦନ୍ତ କରାଯାଉଛି । ଆଇନ୍‌ ଅନୁଯାୟୀ ଆକ୍ସନ ନିଆଯିବ ବୋଲି କହିଛନ୍ତି ପୋଲିସ ଡିଜି । ଆଜି ଅପରାହ୍‌ଣରେ ସମ୍ବଲପୁରରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । କହିଛନ୍ତି, ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ଗଣ୍ଡଗୋଳ ଘଟାଇଥିବା କୌଣସି ବ୍ୟକ୍ତି ଛାଡ଼୍‍ ପାଇବେନି । ଘଟଣାରେ ଯିଏ ବି ଦାୟୀ ବାହାରିବେ, ତାଙ୍କୁ ଛଡ଼ା ଯିବନି । ସେମାନଙ୍କ ବରୋଧରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ସହରରେ ଶାନ୍ତି ଫେରାଇ ଆଣିବା ପାଇଁ ଡିଜି ଅନୁରୋଧ କରିଛନ୍ତି ।

ସମ୍ବଲପୁରରେ ଆସନ୍ତାକାଲି ହେବାକୁ ଥିବା ସମସ୍ତ ପରୀକ୍ଷା ହେବ । କର୍ଫ୍ୟୁ ବଳବତ୍ତର ରହିବ । ଉତ୍ତେଜନା ପରର ସ୍ଥିତି ସମୀକ୍ଷା କରିଛନ୍ତି ଡିଜିପି ସୁନିଲ ବଂଶଲ । ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ତାଙ୍କ ସହ ଆଇନ ଶୃଙ୍ଖଳା ଏଡିଜି ଆର.କେ. ଶର୍ମା ଓ ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା ସମ୍ବଲପୁର ଯାଇଛନ୍ତି । ହନୁମାନ ଜୟନ୍ତୀ ଶୋଭାଯାତ୍ରା ହିଂସାକାଣ୍ଡ ପରେ ସମ୍ବଲପୁରରେ ଲାଗିଛି କର୍ଫ୍ୟୁ । ସକାଳ ଓ ଅପରାହ୍ଣରେ ଦୁଇ ଘଣ୍ଟା ପାଇଁ କର୍ଫ୍ୟୁ କୋହଳ କରାଯାଇଥିଲା । ସହରରେ ଶାନ୍ତି ଫେରାଇ ଆଣିବା ପାଇଁ ସବୁ ଉଦ୍ୟମ କରାଯାଉଛି । ମୁତୟନ ହୋଇଛନ୍ତି ଅଧିକ ଫୋର୍ସ । ଗ୍ରାଉଣ୍ଡରେ ସିନିୟର ଅଫିସର ଅଛନ୍ତି ।

ଅନ୍ୟପଟେ ମିଛ ଖବର ଓ ଗୁଜବକୁ ନେଇ ଆଇନଶୃଙ୍ଖଳା ସ୍ଥିତି ବିଗିଡିବା ଆଶଙ୍କା ଥିବାରୁ ପୂରା ଜିଲ୍ଲାରେ ଆଉ ୨ ଦିନ ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଛି । ଆସନ୍ତାକାଲି ସକାଳ ୧୦ଟା ଯାଏ ସମ୍ବଲପୁର ଜିଲ୍ଲାରେ ବନ୍ଦ ରହିବ ଇଣ୍ଟରନେଟ୍‌ ସେବା । ହ୍ଵାଟ୍ସଆପ୍‌, ଟୁଇଟର୍‌, ଫେସବୁକ, ଇନଷ୍ଟାଗ୍ରାମ୍‌ ବନ୍ଦ । ସମସ୍ତ ମୋବାଇଲ୍‌ ଫୋନ ସେବା ପ୍ରଦାନକାରୀଙ୍କ ଇଣ୍ଟରନେଟ୍‌ ଓ ଡାଟା ସର୍ଭିସ ବନ୍ଦ ରହିବ । ଗତକାଲି ମଧ୍ୟରାତ୍ରିରୁ ସମ୍ବଲପୁର ସହରର ୬ଟି ଥାନା ଅଞ୍ଚଳରେ କର୍ଫ୍ୟୁ ଲାଗିଛି । ସମ୍ବଲପୁର ଜିଲ୍ଲାର ସବୁ ସୀମା ସିଲ୍‌ । ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ମୁତୟନ ହୋଇଛନ୍ତି ବ୍ୟାପକ ଫୋର୍ସ । କେହି ଆଇନଶୃଙ୍ଖଳା ଭଙ୍ଗ କଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ ।

ଗତକାଲି ମଧ୍ୟରାତ୍ରିରୁ ସମ୍ବଲପୁର ସହରର ୬ଟି ଥାନା ଅଞ୍ଚଳରେ କର୍ଫ୍ୟୁ ଲାଗିଛି । ସମ୍ବଲପୁର ଟାଉନ୍‌ ଥାନା, ଧନୁପାଲି, ଅଇଁଠାପାଲି, ବରେଇପାଲି, କ୍ଷେତରାଜପୁର ଓ ସଦର ଥାନା ଅଞ୍ଚଳରେ ଲାଗିଛି କଟକଣା । ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ମୁତୟନ ହୋଇଛନ୍ତି ବ୍ୟାପକ ଫୋର୍ସ । ବୁଧବାର ଉତ୍ତେଜନା ପରେ ପ୍ରଶାସନ ଓ ଶାନ୍ତି କମିଟିର ଉଦ୍ୟମରେ ସହରରେ ଏକ ପ୍ରକାର ଶାନ୍ତି ଫେରିଥିଲା । ୧୪୪ ଧାରା ସତ୍ତ୍ୱେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ବାହାରିଥିଲା । ଏତିକିବେଳେ ପୁଣି ଥରେ ସହରରେ ସୃଷ୍ଟି ହୋଇଥିଲା ଉତ୍ତେଜନା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.