Below header

ଆଇଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଛି କେଉଁ ଦାୟିତ୍ବ

ଭୁବନେଶ୍ବର(କେନ୍ୟୁଜ୍) : ଆଇଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ। ଜଙ୍ଗଲ ଓ ପରବେଶ ସଚିବ ସୁରେଶ ମହାପାତ୍ର ହେଲେ ଉନ୍ନୟନ କମିଶନର। ଏହାସହ ସେ ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟକାରୀ ଅଧ୍ୟକ୍ଷ ଦାୟିତ୍ୱ ତୁଲାଇବେ। ବଦଳିଲା ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ଦାୟିତ୍ୱ। ତାଙ୍କୁ କୃଷି ଉତ୍ପାଦନ କମିଶନର ଭାବରେ ବଦଳି କରାଯାଇଛି। କ୍ରିଷନ୍‌ କୁମାର ହୋଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ସେହପରି ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ଆର୍‌.ବାଲକ୍ରିଷ୍ଣନ ହୋଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ସ୍ପେଶାଲ୍‌ ଇନସିଏଟିଭ୍‌ର ମୁଖ୍ୟ ଉପଦେଷ୍ଟା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.