Below header

କରୋନା ପାଇଁ ଘୁଞ୍ଚିଲା ICSE ଓ ISC ବୋର୍ଡ ପରୀକ୍ଷା, ଚିନ୍ତାରେ ପରୀକ୍ଷାର୍ଥୀ

କରୋନା ଭାଇରସ କାରଣରୁ ମାର୍ଚ୍ଚ ୧୯ ରୁ ୩୧ ମଧ୍ୟରେ ହେବାକୁ ଥିବା ସମସ୍ତ ICSE ଓ ISC ପରୀକ୍ଷାକୁ ସ୍ଥଗିତ କରିଦିଆଯାଇଛି । ତେବେ ସ୍ଥିତି ସୁଧାର ହେବା ପରେ ପୁଣିଥରେ ଏହି ତାରିଖ ଘୋଷଣା କରାଯିବ ବୋଲି କାଉନସିଲ ତରଫରୁ ସୂଚନା ମିଳିଛି ।

ସୂଚନା ଅନୁଯାୟୀ ସାରା ଦେଶରେ ବ୍ୟାପିଥିବା କରୋନା ଭାଇରସ କାରଣରୁ ଛାତ୍ରଛାତ୍ରୀ ଓ ଶିକ୍ଷକ ମାନଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଶିକ୍ଷା ପରିଷଦ ICSE ଏବଂ ISC exam ୨୦୨୦ର ସମସ୍ତ ପରୀକ୍ଷାକୁ ମାର୍ଚ୍ଚ ୧୯ ରୁ ୩୧ ମଧ୍ୟରେ ଥିବା ସମସ୍ତ ପରୀକ୍ଷାକୁ ସ୍ଥଗିତ କରିବା ପାଇଁ ନିଷ୍ପତ୍ତି ନେଇଛି ।

Image result for blank exam hall

ପରିଷଦର ମୁଖ୍ୟ କାର୍ଯ୍ୟକାରୀଙ୍କ କହିବା ଅନୁଯାୟୀ ଏହି ପରୀକ୍ଷାର ପରବର୍ତ୍ତୀ ତାରିଖ ସମୟ ପୂର୍ବରୁ ଜଣାଇ ଦିଆଯିବ । ତେବେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ମାର୍ଚ୍ଚ ୧୯ ରୁ ୩୧ ମଧ୍ୟରେ ଥିବା ସମସ୍ତ ପରୀକ୍ଷାକୁ ପୂର୍ବରୁ ହିଁ ରଦ୍ଦ କରିଦେଇଥିଲେ । ଦଶମ ଓ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷାକୁ ମଧ୍ୟ ରଦ୍ଦ କରିଦିଆଯାଇଛି ।

ମାର୍ଚ୍ଚ 30 ପୂର୍ବରୁ ଦଶମ ଓ ଦ୍ୱାଦଶ ଶ୍ରେଣୀର ଯେଉଁ ପରୀକ୍ଷା ଗୁଡିକ ଶେଷ ହୋଇଯିବାର ଥିଲା ତାହା ୩୧ ମାର୍ଚ୍ଚ ପରେ ପୁଣିଥରେ ନିର୍ଦ୍ଧାରିତ କରାଯିବ ବୋଲି CBSE ତରଫରୁ ନିଷ୍ପତ୍ତି ନିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.