ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ସୁପ୍ରିମକୋର୍ଟ ପୂର୍ବତନ ଚିଫ୍‌ ଜଷ୍ଟିସ୍‌ ରଞ୍ଜନ ଗୋଗୋଇ

ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ସୁପ୍ରିମକୋର୍ଟ ପୂର୍ବତନ ଚିଫ୍‌ ଜଷ୍ଟିସ୍‌ ରଞ୍ଜନ ଗୋଗୋଇ । ଶପଥ ନେବା ସମୟରେ କଂଗ୍ରେସ ସଦସ୍ୟମାନେ ହୋହାଲ୍ଲା କରିଥିଲେ । ଏହା ପରେ କଂଗ୍ରେସ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ । ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହାର ଜବାବ ଦେଇଥିଲେ । ପୂର୍ବରୁ ଅନେକ ପୂର୍ବତନ ଚିଫ୍‌ ଜଷ୍ଟିସ୍‌ ଓ ଅନେକ ବରିଷ୍ଠ ବ୍ୟକ୍ତିତ୍ୱ ରାଜ୍ୟସଭା ସଦସ୍ୟ ହୋଇଛନ୍ତି । ରାଷ୍ଟ୍ରପତିଙ୍କ ସୁପାରିଶକୁ ସହୃଦୟର ସହ ମାନି ନେବା ଆବଶ୍ୟକ ବୋଲି କହିଛନ୍ତି ରବିଶଙ୍କର ପ୍ରସାଦ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜଷ୍ଟିସ୍‌ ଗୋଗୋଇଙ୍କ ନାଁ ସୁପାରିଶ କରିଥିଲେ । ଶପଥଗ୍ରହଣ ପୂର୍ବରୁ ରାଜ୍ୟସଭା ଅଧ୍ୟକ୍ଷ ଏମ୍‌ ଭେଙ୍କିଆ ନାଇଡୁଙ୍କୁ ଭେଟିଥିଲେ ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.