Below header

କରୋନାର ପ୍ରଭାବ ମଧ୍ୟରେ ସରକାର ଆରମ୍ଭ କରୁଛନ୍ତି ଏହି ଖାସ ଯୋଜନା, ପ୍ରତିମାସରେ ଖାତାକୁ ଆସିବ ଟଙ୍କା

ଏବେ ସବୁ କ୍ଷେତ୍ରରେ କରୋନା ଭାଇରସର ପ୍ରଭାବ । ସାରା ବିଶ୍ଵରେ ବ୍ୟବସାୟ ବାଣିଜ୍ୟ ଉପରେ ଏବେ କରୋନା ଭାଇରସର ପ୍ରଭାବ ପଡିଥିବା ସ୍ପଷ୍ଟ ନଜର ଆସୁଛି । ଅନ୍ତରାଷ୍ଟ୍ରୀୟ ଅର୍ଥବ୍ୟବସ୍ଥା ଏବେ ମାନ୍ଦାବସ୍ଥାରେ ଗତି କରୁଛି । ଯାହାଦ୍ୱାରା ଭାରତୀୟ ଇକୋନୋମି ମଧ୍ୟ ପ୍ରଭାବିତ ହେଉଛି । କରୋନା ପାଇଁ ଏବେ ଅନେକ କମ୍ପାନୀକୁ ବନ୍ଦ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଯାହାଦ୍ୱାରା ଲୋକମାନେ ସଂକ୍ରମିତ ହେବାରୁ ବଞ୍ଚିବେ । ତାଛଡା ଅଫିସରେ କାମ କରୁଥିବା ଲୋକମାନଙ୍କୁ ମଧ୍ୟ ଯେତେ ସମ୍ଭବ ଘରେ ରହି କାମ କରିବାକୁ ପରାମର୍ଶ ଦିଆଯାଇଛି କିନ୍ତୁ ଏପରି ବହୁତ କାମ ରହିଛି ଯାହାକୁ ଘରେ ରହି କରିବା ବହୁତ କଷ୍ଟ ଅଟେ । ଏପରିସ୍ଥଳେ ଲୋକମାନଙ୍କୁ ନିଜ ଚାକିରୀ ହରାଇବାର ମଧ୍ୟ ଡର ରହିଛି । ତେବେ ଏହା ମଧ୍ୟରେ ସରକାର କରୋନା ଭାଇରସରେ ପ୍ରଭାବିତ ଲୋକମାନଙ୍କ ସହାୟତା ପାଇଁ ୟୁନିଭର୍ସାଲ ବେସିକ ଇନକମ(UBI) ନାମକ ଏକ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି ।


ଖବର ମୁତାବକ ଯଦି UBI ଭଳି ଯୋଜନା ଭାରତରେ ଆରମ୍ଭ ହେବ ତାହେଲେ ଏହା ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଭଳି ରହିବ । ଏଠାରେ କହି ରଖିବାକୁ ଚାହିଁବୁ ଯେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ଯୋଜନାରେ କୃଷକମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଇସା ଟ୍ରାନ୍ସଫର କରାଯାଇଥାଏ । ତେବେ ଏହାକୁ ସମର୍ଥନ କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ଆର୍ଥିକ ପରମର୍ଶଦାତା ଶାମୀକା ରବି ଏବଂ ସେ ନିକଟରେ UBIକୁ ନେଇ ଏକ ଟ୍ୱିଟ ମଧ୍ୟ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.