ଦ୍ୱାପର ଯୁଗରେ ଶ୍ରୀକୃଷ୍ଣଙ୍କର ୮ ଜଣ ସଖା ଥିଲେ, ଜାଣନ୍ତୁ ପ୍ରଭୁଙ୍କ ସହ ଜଡିତ ସଂଖ୍ୟା ୮ର ରହସ୍ୟ ବିଷୟରେ

ମହାଭାରତ ଯୁଦ୍ଧର ଘଟଣା ମାନ ଏବେ ବି ରହସ୍ୟ ଘେରରେ ଅଛି । ଏଭିତରେ ଏକ ଅଜଣା ରହସ୍ୟ ଆଜି ବି ଅନେକଙ୍କୁ ବିସ୍ମିତ କରେ । ଏହା ପଛର ପ୍ରକୃତ କାରଣ ଏବେ ବି ପଦାକୁ ଆସିନାହିଁ । ଏହି ଯୁଦ୍ଧରେ ଶ୍ରୀକୃଷ୍ଣଙ୍କ ସହ ଜଡିତ ବିଭିନ୍ନ ଘଟଣା ଗୁଡିକ ୮ ଅଙ୍କ ସହ ଯେପରି ଜଡିତ ମହାଭାରତ ଯୁଦ୍ଧ ସହ ୧୮ ଅଙ୍କ ବି ଅନୁରୂପ ଭାବେ ଜଡିତ । ତେବେ ଆସନ୍ତୁ ଆଜି ଏହି ଘଟଣା ଗୁଡିକର ରହସ୍ୟ ବିଷୟରେ ଜାଣିବା:

ଶ୍ରୀକୃଷ୍ଣ ଓ ଅଙ୍କ ୮ :

୧. ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଅଷ୍ଟମ ଅବତାରରେ ଦ୍ୱାପର ଯୁଗରେ ହିଁ ହୋଇଥିଲା ।

୨. ଶ୍ରୀକୃଷ୍ଣ ପିତା ଦଶରଥ ମା’ ଦେବକୀ ଓ ବାସୁଦେବଙ୍କର ଅଷ୍ଟମ ସନ୍ତାନ ଥିଲେ ।

୩. ଶ୍ରୀକୃଷ୍ଣଙ୍କ ଜନ୍ମ କୃଷ୍ଣ ପକ୍ଷ ରାତ୍ରିରେ ସାତ ମୁହୂର୍ତ ପରେ ଅଷ୍ଟମ ମୁହୁର୍ତରେ ଅଷ୍ଟମୀ ଦିନ ୩୧୧୨ ଖ୍ରୀଷ୍ଟ ପୂର୍ବରେ ହୋଇଥିଲା ।

୪. ଶ୍ରୀ କୃଷ୍ଣଙ୍କର ମଧ୍ୟ ୮ ଜଣ ପତ୍ନୀ ଥିଲେ ।

srikrusna

୫. ଶ୍ରୀକୃଷ୍ଣଙ୍କର ୮ ଜଣ ସକ୍ଷୀ ମଧ୍ୟ ଥିଲେ ।

୬. ଏମିତିକି ତାଙ୍କର ୮ ଜଣ ସଖା ବି ଥିଲେ ।

ମହାଭାରତ ସହ ୧୮ ଅଙ୍କର ରହସ୍ୟ:

୧. ମହାଭାରତ ପୁସ୍ତକରେ ସମୁଦାୟ ୧୮ ଟି ଅଧ୍ୟାୟ ଅଛି ।

୨. ଯୁଦ୍ଧର ଠିକ ପୂର୍ବରୁ କୃଷ୍ଣ ୧୮ ଦିନ ପର୍ଯ୍ୟନ୍ତ ଅର୍ଜୁନଙ୍କୁ ଜ୍ଞାନ ଦେବା ସହ ଗୀତାରେ ମଧ୍ୟ ୧୮ ଟି ଅଧ୍ୟାୟ ଅଛି ।

୩. ମହାଭାରତର ମହଯୁଦ୍ଦ ବି ୧୮ ଦିନ ଧରି ଚାଲିଥିଲା ।

srikrusna

୪. କୌରବ ଓ ପାଣ୍ଡବଙ୍କର ସମୁଦାୟ ୧୮ ଅକ୍ଷ୍ୟହୀଣୀ ସୈନ୍ୟ ଥିଲେ । ସେମାନଙ୍କ ଭିତରୁ କୌରବଙ୍କର ୧୧ ଅକ୍ଷ୍ୟହୀଣୀ ଥିବା ବେଳେ ପାଣ୍ଡବଙ୍କର ଥିଲେ ୭ ଅକ୍ଷ୍ୟହୀଣୀ ସୈନ୍ୟ ।

୫. ଏହି ଯୁଦ୍ଧର ପ୍ରମୁଖ ସୂତ୍ରଧରଙ୍କ ସଂଖ୍ୟା ବି ୧୮ ହିଁ ଥିଲା ।

୬. ଏମିତିକି ଯୁଦ୍ଧ ଶେଷ ପରେ ୧୮ ଜଣ ଯୋଦ୍ଧା ହିଁ ଜୀବିତ ଥିଲେ ।

୭. ମହାଭାରତ ରଚନା କରିଥିବା ରୁଷି ବେଦବ୍ୟାସ ବି ନିଜ ଜୀବନ କାଳ ଭିତରେ ୧୮ ଗୋଟି ପୁରାଣର ରଚନା କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.