Realme ଭାରତରେ ଲଞ୍ଚ କରିବାକୁ ଯାଉଛି ପ୍ରଥମ 5G ସ୍ମାର୍ଟଫୋନ, ଜାଣନ୍ତୁ କଣ ରହିବ ଦାମ

ଚୀନୀ ସ୍ମାର୍ଟଫୋନ କମ୍ପାନୀ Realme ଭାରତରେ ତାର ପ୍ରଥମ 5G ଫୋନ ଲଞ୍ଚ କରିବାକୁ ଯାଉଛି । ଯାହାର ଦାମ ପାଖାପାଖି ୫୦,୦୦୦ ଟଙ୍କା ରହିବ । କମ୍ପାନୀର ଏକ ଅଧିକାରୀଙ୍କ କହିବା ଅନୁଯାୟୀ ୨୦୧୮ ମସିହାରେ ଅସ୍ଥିତ୍ୱକୁ ଆସିବା ପରେ ଭାରତରେ 5G ସ୍ମାର୍ଟଫୋନ ଲଞ୍ଚ କରିବାକୁ ଯାଉଥିବା Realme ପ୍ରଥମ କମ୍ପାନୀ । ଯଦିଓ ଦେଶରେ ଏହି ନେଟୱାର୍କ ଉପଲବ୍ଧ ନାହିଁ କିନ୍ତୁ କମ୍ପାନୀ ଭାରତରେ ଫେବୃୟାରୀ ୨୪ ତାରିଖରେ 5G ଫୋନ ଲଞ୍ଚ କରିବାକୁ ଯାଉଛି ।

Image result for realme 5g smartphone

ଏହାସହିତ ସେ କହିଥିଲେ ଯେ Realme 5G ହ୍ୟାଣ୍ଡସେଟରେ 865 ସ୍ନାପଡ୍ରାଗନ ଚିପସେଟ ରହିବ ଏବଂ ଏହା ପାଖାପାଖି ୫୦,୦୦୦ ଟଙ୍କାରେ ଉପଲବ୍ଧ ହେବ । ତେବେ ମିଳିଥିବା ସୂଚନା ଅନୁଯାୟୀ କମ କ୍ଷମତା ବିଶିଷ୍ଟ ଚିପସେଟ ସଂସ୍କରଣ ବଜାରରେ ମାତ୍ର ୨୫,୭୯୦ ଟଙ୍କାରେ ମିଳିପାରେ । ଏହାସହିତ Realmeର କହିବା ଅନୁଯାୟୀ ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହାକୁ ଆମେ ବର୍ତ୍ତମାନ ଭାରତରେ ଲଞ୍ଚ କରୁଛୁ । ତାସହିତ ଯେଉଁମାନେ ବିଦେଶ ଯାତ୍ରା କରୁଛନ୍ତି ସେମାନେ ଏହାର ବ୍ୟବହାର କରିପାରିବେ । କାରଣ ଏହି ଟେକନିକ ବର୍ତ୍ତମାନ ଅନେକ ବିକଶିତ ଦେଶରେ ଉପଲବ୍ଧ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.