କୋରୋନା ଭାଇରସ : ଜାଣନ୍ତୁ କଣ ଏହି ‘କ୍ୱେରେଣ୍ଟିନ’ ଶବ୍ଦର ଇତିହାସ, ଏହାର ଉତ୍ପତ୍ତି ଓ ବ୍ୟବହାର

କରୋନା ଭାଇରସର ପ୍ରଭାବ ଏବେ ବିଶ୍ୱକୁ ନିଜ ଅକ୍ତିଆରକୁ ନେବାକୁ ବସିଲାଣି । ଭାରତ ବି ଏଥିରୁ ତ୍ରାହି ପାଇନି । କରୋନା ସହ ଆଉ ଏକ ଶବ୍ଦ କ୍ଵାରିଣ୍ଟିଂନ ଶବ୍ଦକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆପଣ ସିନା ଏହି ଶବ୍ଦଟିକୁ କେବଳ ଶୁଣିଛନ୍ତି କିନ୍ତୁ ଏହା ପଚାର ଇତିହାସ ବିଷୟରେ ହୁଏତ ଜାଣିନଥିବେ । ତେବେ ଆସନ୍ତୁ ଏହି ଶବ୍ଦ ବିଷୟରେ କିଛି ଅଜଣା ତଥ୍ୟ ବିଷୟରେ ଆଜି ଜାଣିବା । ସର୍ବ ପ୍ରଥମେ କ୍ୱେରେଣ୍ଟିଂନ ଶବ୍ଦର ବ୍ୟବହାର ୧୪ଶ ଶତାବ୍ଦୀରେ ହୋଇଥିଲା । ଏହି ଶବ୍ଦଟି ଲାଟିନ ଭାଷା କ୍ଵାନ୍ଦ୍ରାଜିନା ଓ ଇଟାଲୀ ଭାଷା କ୍ୱେରେଣ୍ଟିଂନକୁ ମିଶାଯାଇ ହିଁ ଉତ୍ପର୍ଣ୍ଣ କରାଯାଇଥିଲା । ଏହି ଦୁଇ ଶବ୍ଦର ମାନେ ପ୍ରକୃତରେ ୪୦ ହୋଇଥାଏ ।

quarantine

‘କ୍ୱେରେଣ୍ଟିଂନ’ ଶବ୍ଦର ଇତିହାସ:

ଚତୁର୍ଦ୍ଦଶ ଶତାବ୍ଦୀର ପ୍ରଥମ ଭାଗରେ ୟୁରୋପ ମହାଦେଶରେ ଗିଲଟି ପ୍ଲେଗ ଖୁବ ତୀବ୍ର ଭାବରେ ବ୍ୟାପିବାକୁ ଲାଗିଥିଲା । ୧୩୪୩ ମସିହାରେ ଏହି ରୋଗ ଏତେ ଭୟଙ୍କର ରୂପ ନେଇଥିଲା ଯେ, ଏହାର ପ୍ରଭାବରେ ୟୁରୋପ ଜନସଂଖ୍ୟାର ପ୍ରାୟ ଏକ ତୃତୀୟାଂଶ ଲୋକ ଆସିଥିଲେ । ୧୩୪୭ ରୁ ୧୩୫୦ ମସିହା ଭିତରେ ଏହି ରୋଗ ଅତ୍ୟନ୍ତ ତୀବ୍ର ହେବାକୁ ଲାଗିଥିଲା । ରାଗୁସା( ଡବରୋବନୀକ, କ୍ରୋଏସିଆ)ର ଅଧିକାରୀ ଟରୋନଟିନ ନାମକ ଏକ ବିଲ ପାସ କରିଥିଲେ ।

ଯେଉଁ କାରଣରୁ ପ୍ଲେଗ ପ୍ରଭାବିତ ଅଂଚଳରୁ ଆସିଥିବା ଜାହାଜ ଗୁଡିକୁ ଦୀର୍ଘ ୩୦ ଦିନ ପାଇଁ ଆଇସୋଲେସନରେ ରଖାଯାଇଥିଲା । କୌଣସି ବ୍ୟକ୍ତିଙ୍କୁ ସେହି ଜାହାଜରେ ଯିବା ପାଇଁ ଅନୁମତି ମିଳିଲା ନାହିଁ । ଏମିତି ଆଗାମୀ ୮୦ ବର୍ଷ ପର୍ଯ୍ୟନ୍ତ ମାରସିଲେ, ପିସା ତଥା ଅନ୍ୟ ସହର ଗୁଡିକର କାନୁନକୁ ଆପଣେଇବା ଆରମ୍ଭ କରିଥିଲେ । ପରେ ୩୦ ଦିନର ଆଇସୋଲେସନ ଅବଧିକୁ ବଢ଼ାଯାଇ ୪୦ ଦିନ କରାଯାଇଥିଲା । ପରେ ‘ଟ୍ରେନ୍ଟିନୋ’ ନାଁ କୁ ବଦଳାଯାଇ କ୍ଵାରେଣ୍ଟିନୋ କରାଯାଇଥିବା ବେଳେ ଏବେ ଏହାକୁ କୱାରେଣ୍ଟିନ ନାଁରେ ଜଣାଯାଉଛି ।

quarantine

କଣ ଏହି ସଂଖ୍ୟା ୪୦ର ରହସ୍ୟ:

ସେସମୟରେ ୪୦ ଦିନର ଅବଧିକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଠିଥିବା ବେଳେ ଏହି ସଂଖ୍ୟା ପଛର ଅର୍ଥକୁ ଖୋଜିବା ଆରମ୍ଭ କରାଯାଇଥିଲା । ଖୋଜା ଖୋଜିରୁ ଜଣା ପଡିଥିଲା କି ଖ୍ରୀଷ୍ଟିୟାନ ସମ୍ପଦାୟର ଧର୍ମଗ୍ରନ୍ଥ ବାଇବେଲରେ ଅନେକ ଘଟଣା ୪୦ ନମ୍ବରକୁ ନେଇ ହିଁ ଲେଖାଯାଇଛି । ଯଦିବା ଗିଲଟି ପ୍ଲାଗ ବା ବ୍ଲାକ ଡେଥ ସମୟରେ କୱାରେଣ୍ଟିନା ଶବ୍ଦ ସାମ୍ନାକୁ ଆସିଥିଲା । କିନ୍ତୁ ଏହା ପୂର୍ବରୁ ବି ଅନେକ ଲୋକ ମହାମାରୀ କାରଣରୁ ହିଁ ମୃତ୍ୟୁ ମୁଖରେ ପଡ଼ିଥିଲେ । ଏମିତିକି ବାଇବେଲରେ ବି କୁଷ୍ଠ ରୋଗୀ ମାନଙ୍କୁ ଅଲଗା ରଖା ଯିବା ନେଇ ନିୟମର ବର୍ଣ୍ଣନା ଅଛି ।

ପ୍ଲେଗ ଓ କୁଷ୍ଠରୋଗୀ ପୀଡିତ ରୋଗୀ ମାନଙ୍କ ପାଇଁ ଭିନ୍ନ ହସ୍ପିଟାଲ ନିର୍ମାଣ କରାଯିବା ସହ ସେମାନଙ୍କୁ ଲାଂଜିରେନଟୋ ନାମରେ ଜଣାଯାଉଥିଲା  ।୧୮୭୮ ମସିହାରେ ହଳଦିଆ ଜର ପ୍ରଭାବକୁ ଅଟକାଇବା ପାଇଁ ଆମେରିକା କଂଗ୍ରେସରେ କ୍ଵାରିଣ୍ଟିଂନ ଆକ୍ଟକୁ ପାସ କରାଯାଇଥିଲା । ୧୮୯୨ ମସିହାରେ ହଇଜା ପରି ମହାମାରୀ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ବି ହୋମ କ୍ଵାରେଣ୍ଟିଂନ ତରିକାର ବ୍ୟବହାର କରାଯାଇଥିଲା ।
କୋରୋନା ଭାଇରସ : ଜାଣନ୍ତୁ କଣ ଏହି କ୍ୱେରେଣ୍ଟିଂନ ଶବ୍ଦର ଇତିହାସ, ଏହାର ଉତ୍ପତ୍ତି ଓ ବ୍ୟବହାର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.